www.samajalive.in
Saturday, December 13, 2025
15.1 C
Bhubaneswar

ଇଞ୍ଜିନିୟରଙ୍କ କାରନାମା : ମେଡିକାଲରେ ନାମ ଲେଖାଇ ଦେବା ନାଁରେ କୋଟିକୋଟି ଠକେଇ

କଟକ : ଘରୋଇ ଓ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇ ଦେବା ନାଁରେ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଜଣେ ଇଞ୍ଜିନିୟରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଇଞ୍ଜିନିୟର ଭୁବନେଶ୍ବରର ସୌମ୍ୟକାନ୍ତ ମହାନ୍ତି। ସୌମ୍ୟଙ୍କଠାରୁ କ୍ରାଇମ୍‌ବ୍ରାଞ୍ଚ ୮ଲକ୍ଷ ଟଙ୍କାର ଦୁଇଟି ବ୍ୟାଙ୍କ ବଣ୍ଡ, ଲ୍ୟାପଟପ୍‌, ମୋବାଇଲ ଫୋନ୍‌ ଜବତ କରିଥିବାବେଳେ ଭୁବନେଶ୍ବର ପିପିଲି ରୋଡ଼ ଅଞ୍ଚଳରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ଏକ ଆପାର୍ଟମେଣ୍ଟରେ ୩ ବିଏଚ୍‌କେ ଫ୍ଲାଟ୍‌ ସିଜ୍‌ କରିଛି। ଏହି ଠକେଇ ରାକେଟ୍‌ରେ କଟକ-ଭୁବନେଶ୍ବର ଅଞ୍ଚଳର କେତେକ ଡାକ୍ତରଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡିଛି।
ଆସାମ ସିଲଚର ମେଡିକାଲ କଲେଜର ସହଯୋଗୀ ପ୍ରଫେସର ଡ. ସୁଜିତ୍‌ନାଥ ଚୌଧୁରୀଙ୍କ ଝିଅ ମେଡିକାଲ କଲେଜରେ ପାଠ ପଢିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ୨୦୧୫ ଜୁଲାଇହରେ ସୁଜିତ୍‌ଙ୍କ ନିକଟକୁ ଏକ ଫୋନ୍‌ କଲ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲ କଲେଜରୁ କହୁଥିବା ପରିଚୟ ଦେଇ ମ୍ୟାନେଜମେଣ୍ଟ କୋଟାରେ ଝିଅର ଆଡ୍‌ମିସନ କରାଇଦେବା ଲାଗି ତାଙ୍କୁ ପ୍ରଲୋଭନ ଦେଖାଇଥିଲେ। ସୁଜିତ୍‌ ଭୁବନେଶ୍ବର ଆସି ସୌମ୍ୟକାନ୍ତ ଓ ଅନ୍ୟ ୩ ଜଣଙ୍କୁ ଭେଟି ଦାବି ମୁତାବକ ୨ ଲକ୍ଷ ଟଙ୍କା ଦେଇଥିଲେ। ପରେ ସୌମ୍ୟକାନ୍ତ ନାମ ଲେଖା ବାବଦରେ ସୁଜିତ ଚେକ୍‌ରେ ସୁଜିତ୍‌ ସୌମ୍ୟକାନ୍ତଙ୍କ ଆ କାଉଣ୍ଟରେ ମୋଟ ୬୭ ଲକ୍ଷ ଦେଇଥିଲେ; କିନ୍ତୁ ସୁଜିତଙ୍କ ଝିଅର ଉକ୍ତ ଘରୋଇ ମେଡିକାଲରେ ନାମ ଲେଖାଇ ଦେଇପାରିନଥିଲେ। ପରେ ବେଙ୍ଗାଲୁର ସ୍ଥିତ ସପ୍ତଗିରି ମେଡିକାଲ କଲେଜରେ ନାମ ଲେଖାଇଦେବାକୁ କହି ପୁଣି ୨ଲକ୍ଷ ଟଙ୍କା ନେଇଥିଲେ। ଝିଅର ନାମ ଲେଖା ସମ୍ଭବ ନ ହେବାରୁ ସୁଜିତ୍‌ ଟଙ୍କା ଫେରାଇବାକୁ ସେମାନଙ୍କୁ କହିଥିଲେ। ସୌମ୍ୟକାନ୍ତଙ୍କ ସହଯୋଗୀ ରଘୁନାଥ ବେହେରା ସୁଜିତ୍‌ନାଥଙ୍କୁ ୪ଟି ୧୦ଲକ୍ଷ ଟଙ୍କିଆ ଚେକ୍‌ ଦେଇଥିଲେ। ସୁଜିତ୍‌ ବ୍ୟାଙ୍କରେ ଗୋଟିଏ ଚେକ୍‌ ଲଗାଇଥିବା ବେଳେ ତାହା ବାଉନ୍ସ ହୋଇଥିଲା। ପରେ ରଘୁନାଥ ଦୁଇଟି କିସ୍ତିରେ ସୁଜିତ୍‌ଙ୍କ ଆକାଉଣ୍ଟରେ ଏକ ଲକ୍ଷ ଟଙ୍କା ଜମା କରିଥିଲେ। ପରେ ସୁଜିତ୍‌ ସେମାନଙ୍କ ସହ ଯୋଗାଯୋଗ ୍କରିବାରୁ ମୋବାଇଲ ଫୋନ୍‌ ସୁଇଚ୍‌ଅଫ୍‌ ରହିଥିଲା। ଠକାମିର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ ସୁଜିତ୍‌ନାଥ ଗତ ଜୁନ୍‌ ୨୪ ତାରିଖରେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ମାମଲା ରୁଜୁକରି ତଦନ୍ତ କରି ଜଗତପୁର ଅଞ୍ଚଳର ଏକ ଘରୋଇ କଲେଜର ସଭାପତି ରଘୁନାଥଙ୍କୁ ଦୁଇମାସ ତଳେ ଗିରଫ କରିଥିଲା। ତାଙ୍କୁ ପଚରାଉଚରା ପରେ ମାଷ୍ଟରମାଇଣ୍ଡ ସୌମ୍ୟକାନ୍ତଙ୍କ ସଂକ୍ରାନ୍ତରେ ଜାଣିବାକୁ ପାଇଥିଲା। ସୌମ୍ୟକାନ୍ତ ୨ମାସ ହେବ ରାଜ୍ୟ ତଥା ଦେଶ ବାହାରେ ବୁଲୁଥିବାରୁ ତାଙ୍କୁ ଧରିବା ସହଜ ନଥିଲା। ସମାନ ଢଙ୍ଗରେ ଅନ୍ୟ ଜଣେ ରାଜ୍ୟ ବାହାରର ଛାତ୍ରଙ୍କୁ ନାମ ଲେଖାଇଦେବାକୁ କହି ସୌମ୍ୟକାନ୍ତଙ୍କୁ ଓଡିଶା ଡାକି ରସୁଲଗଡରେ ଥିବା କାର୍ଯ୍ୟାଳୟରୁ ଧରିଥିଲେ। ସୌମ୍ୟକାନ୍ତ ଭୁବନେଶ୍ବରର ବିଭିନ୍ନ ମେଡିକାଲ କଲେଜରେ ଆଡମିସନ୍ କରାଇଦେବାକୁ କହି ଲୋକଙ୍କୁ ଠକୁଥିଲେ। ସେ ପ୍ରତିବର୍ଷ କେଉଁ ପିଲା ସିଟ୍‌ ପାଇଲେ, କିଏ ନପାଇଲେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ସଂକ୍ରାନ୍ତରେ ସମସ୍ତ ତଥ୍ୟ ହାସଲ କରି ପରେ ସେମାନଙ୍କ ସହ ଯୋଗାଯୋଗ କରି ଏଭଳି ଲକ୍ଷ ଲକ୍ଷ ଟଙ୍କା ଠକିଥାନ୍ତି। ତାଙ୍କ ନାମରେ ମର୍କତନଗର, ଇନ୍‌ଫୋସିଟି, ସହ ବେଙ୍ଗାଲୁର ରେ ପାଞ୍ଚଟି, ହିମାଚଳପ୍ରଦେଶ ଭଳି ଅନ୍ୟ କେତେକ ରାଜ୍ୟରେ ଠକେଇ ମାମଲା ରହିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories