www.samajalive.in
Wednesday, December 10, 2025
17.1 C
Bhubaneswar

ସଲମାନ୍‌ଙ୍କୁ ଉପଦେଶ

ବଲିଉଡର ସୁଲତାନ୍ ସଲମାନ୍ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ ପାଇଁ ଉଭୟ ସମୀକ୍ଷକ ଓ ପ୍ରଶଂସକ ମହଲ ଚାତକ ପରି ଅପେକ୍ଷା କରି ରହିଛନ୍ତି। ନିକଟରେ ଏକ ସାକ୍ଷାତକାରସେ ସଲମାନ୍ କହିଛନ୍ତି, ବାପା ସଲିମ୍‌ ଖାନ୍‌ଙ୍କ ସହ ସେ ଚଳଚ୍ଚିତ୍ରର କେତୋଟି ଦୃଶ୍ୟ ଦେଖିଲେ। ସଲିମ୍‌ ଖାନ୍ ଦେଖିବା ପରେ କହିଥିଲେ, ନିଜ ଦ୍ବିତୀୟ ଚଳଚ୍ଚିତ୍ର ପାଇଁ ମନଧ୍ୟାନ ଦେଇ କାମ କର। ସଲମାନ୍‌ ଭାବିଲେ, ବୋଧହୁଏ ବାପାଙ୍କୁ ଚଳଚ୍ଚିତ୍ର ପସନ୍ଦ ନ ଆସିବାରୁ ସେ ଏଭଳି ଉପଦେଶ ଦେଲେ। ପ୍ରକୃତରେ ସଲିମ୍‌ ସାର୍‌ଙ୍କୁ ଚଳଚ୍ଚିତ୍ରଟି ଖୁବ୍ ପସନ୍ଦ ଆସିଥିଲା କିନ୍ତୁ ପୁଅର ପ୍ରତିକ୍ରିୟା ଦେଖିବାକୁ ସେ ଏପରି କହିଲେ। ‘ଦବଙ୍ଗ-୩’ ବହୁ ଭାଷାରେ ମୁକ୍ତିଲାଭ କରୁଥିବାବେଳେ ବର୍ତ୍ତମାନ ଏହାର ତାମିଲ ଭାଷାରେ ଡବିଂ ଚାଲିଛି। ସଲମାନ୍ ପ୍ରଥମେ ନିର୍ଦେଶକ ପ୍ରଭୁ ଦେବାଙ୍କ ପାଖରେ କହିଥିଲେ, ତାମିଲ ଭାଷାର ଡବିଂ ସେ କରିବେ। ପ୍ରଭୁ ଦେବା ମଧ୍ୟ ରାଜି ହେଲେ। ଡବିଂର ପ୍ରତମ ଦିନର ରେକର୍ଡିଂ ଶୁଣିବା ପରେ ପ୍ରଭୁ ଦେବା ହସିହସି ସଲମାନ୍‌ଙ୍କୁ କହିଥିଲେ, ସାର୍ ଦୟା କରି ଆପଣ ଏମିତି ଡବିଂ କଲେ ମୋ ଅବସ୍ଥା ଖରାପ ହୋଇଯିବ। ସଲମାନ୍ ମଧ୍ୟ ନିଜ ତାମିଲ ଅନୁବାଦ ଶୁଣି ଖୁବ୍ ହସିଥିଲେ। ପ୍ରଭୁଦେବାଙ୍କୁ କହିଥିଲେ, ଭାଇ ଶୀଘ୍ର ଡବିଂ କଳାକାର ସନ୍ଧାନ କରିବା ଜରୁରୀ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories