www.samajalive.in
Wednesday, December 10, 2025
26.1 C
Bhubaneswar

ସେଠା​‌ରେ ମସଜିଦ ଥିଲା, ଅଛି ଏବଂ ରହିବ: ଅକବରୁଦ୍ଦିନ

ହାଇଦ୍ରାବାଦ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ପ୍ରଦାନ କରିସାରିଛନ୍ତି। ଏହା ଉପରେ ମୁସଲିମ ପକ୍ଷ ତରଫରୁ ଏମ. ସିଦ୍ଦିକୀ ପୁନର୍ବିଚାର ପିଟିଶନ ଦାଖଲ କରିଛନ୍ତି। ଖୁବ୍‌ଶୀଘ୍ର ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ମଧ୍ୟ ରିଭ୍ୟୁ ପିଟିଶନ ଦାଖଲ କରିବ। ଏହା ମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ୍‌(ଏଆଇଏମଆଇଏମ) ମୁଖ୍ୟ ଅସଉଦ୍ଦିନ ୱୱେସୀଙ୍କ ଭାଇ ଅକବରୁଦ୍ଦିନ ଓୱେସୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅକବରୁଦ୍ଦିନ କହିଛନ୍ତି, ଏହା ସତ୍ୟ ଅଟେ ଯେ, ସେଠାରେ ଯାହା କିଛି ବି ନିର୍ମାଣ ହେଉ, କିନ୍ତୁ ମସଜିଦ ଥିଲା, ରହିଛି ଏବଂ ରହିବ।

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ନେଇ ଏଆଇଏମଆଇଏମ ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀ ମଧ୍ୟ ପ୍ରଶ୍ନ ଉଠାଇସାରିଛନ୍ତି। ଓୱେସୀ କହିଥିଲେ ଯେ, ସୁପ୍ରିମକୋର୍ଟ ସବୁଠାରୁ ବଡ଼, କିନ୍ତୁ ନିଶ୍ଚିତ ନୁହେଁ। ମୁସଲିମ ଲ ବୋର୍ଡ ଭଳି ସେ ବି ରାୟରେ ସନ୍ତୁଷ୍ଟ ନୁହନ୍ତି। ସେ ଅଯୋଧ୍ୟା ମାମଲାକୁ ତଥ୍ୟ ଉପରେ ବିଶ୍ଵାସର ଏକ ବିଜୟ ବୋଲି କହିଥିଲେ। ଏପରି କି ସଂଘ ପରିବାର ଅନ୍ୟ ମସଜିଦ ସମ୍ପର୍କିତ ମାମଲାଗୁଡ଼ିକରେ ଏହି ରାୟକୁ ବ୍ୟବହାର କରିପାରେ ବୋଲି ସେ ଆଶଙ୍କା କରିଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories