www.samajalive.in
Wednesday, December 10, 2025
26.1 C
Bhubaneswar

ଜାଣନ୍ତୁ, ଘରର କେଉଁ ସ୍ଥାନକୁ କିପରି କରିବେ ରଙ୍ଗ?

ମାନ୍ୟତା ରହିଛି ଯେ ଘରର ଅଲଗା-ଅଲଗା ସ୍ଥାନରେ ଭିନ୍ନ ଭିନ୍ନ ଗ୍ରହର ପ୍ରଭାବ ରହିଥାଏ। ସେହି ସ୍ଥାନ ଗୁଡିକରେ ସଠିକ୍ ରଙ୍ଗ ପ୍ରୟୋଗ କରିବା ଦ୍ବାରା ଗ୍ରହ ମଜବୁତ ରହିଥାଏ। ଏହା ସହ ଗ୍ରହ ଗୁଡିକ ମଧ୍ୟରେ ସନ୍ତୁଳନ ରକ୍ଷା ହେବା ସହ ଘରେ ସୁଖ-ଶାନ୍ତି ବଜାୟ ରହିଥାଏ।

ସେହିପରି ଘରେ ଭୁଲ୍ ରଙ୍ଗ ପ୍ରୟୋଗ ହେବା ଦ୍ବାରା ଗ୍ରହର ପ୍ରଭାବ ମଧ୍ୟ ଓଲଟା ରହିଥାଏ। ବିନା କୌଣସି କାରଣରେ ଆପଣ ସମସ୍ୟାରେ ପଡି ପାରନ୍ତି। ତେବେ ଘରର ସୁଖ-ଶାନ୍ତି ବଜାୟ ରଖିବା ପାଇଁ ଆସନ୍ତୁ ଜାଣିବା କେଉଁ ସ୍ଥାନରେ କେଉଁ ରଙ୍ଗ ପ୍ରୟୋଗ କରିବେ।

ଘରର ମୁଖ୍ୟ ଦ୍ବାରରେ କେଉଁ ରଙ୍ଗ ଦେବେ?
ଘରର ମୁଖ୍ୟ ଦ୍ବାର ସୂର୍ଯ୍ୟ ଦେବତାଙ୍କ ସହ ସମ୍ବନ୍ଧ ରଖିଥାଏ।
ତେଣୁ ସେହି ସ୍ଥାନର ରଙ୍ଗ ନାଲି ବା ହଳଦିଆ ରଙ୍ଗ ହେବା ଉଚିତ୍।
ଏହି ସ୍ଥାନରେ କଳା ରଙ୍ଗର ବ୍ୟବହାର କରନ୍ତୁ ନାହିଁ।
ଏହା ଦ୍ବାରା ଘରର କ୍ଷତି ହୋଇଥାଏ।
ଏହି ସ୍ଥାନରେ ସୂର୍ଯ୍ୟ କିରଣ ପଡିବାର ସଠିକ୍ ବ୍ୟବସ୍ଥା କରନ୍ତୁ।
ଘରର ବୈଠକ ଗୃହ(living area)ର ରଙ୍ଗ କିପରି ହେବ?
ଏହି ସ୍ଥାନ ଚନ୍ଦ୍ର ସହ ସମ୍ବନ୍ଧ ରଖିଥାଏ।
ତେଣୁ ଏହି ସ୍ଥାନ ଚମକଦାର ବା ଉଜ୍ବଳପୂର୍ଣ୍ଣ ହେବା ଆବଶ୍ୟକ।
ହଲ୍‌କା ହଳଦିଆ, ଗୋଲାପି ଏବଂ ବାଇଗଣୀ ରଙ୍ଗ ଏହି ସ୍ଥାନ ପାଇଁ ଉପଯୁକ୍ତ।
ଧଳା ରଙ୍ଗ ମଧ୍ୟ ବ୍ୟବହାର କରି ପାରିବେ।
ଏଠାରେ ନାଲି ଓ ନୀଳ ରଙ୍ଗର ବ୍ୟବହାର ନ କରିବା ଉଚିତ୍।
ଘରର ରୋଷେଇ ସ୍ଥାନ କେଉଁ ରଙ୍ଗ ହେବା ଉଚିତ୍?
ଏହି ସ୍ଥାନ ମଙ୍ଗଳ ଓ କିଛି ଅର୍ଥରେ ସୂର୍ଯ୍ୟ ଦେବତାଙ୍କ ସହ ସମ୍ବନ୍ଧ ରଖିଥାଏ।
ତେଣୁ ଏହି ସ୍ଥାନରେ ହଳଦିଆ ଓ ନାରଙ୍ଗୀ ରଙ୍ଗ ବ୍ୟବହାର କରିବା ଶୁଭ ହୋଇଥାଏ।
ଏଠାରେ ସୂର୍ଯ୍ୟ କିରଣ ପଡିବା ଆବଶ୍ୟକ।
ଏହି ସ୍ଥାନରେ ଗାଢ ରଙ୍ଗର ବ୍ୟବହାର କରନ୍ତୁ ନାହିଁ।
ଘରର ଶୟନ କକ୍ଷର ରଙ୍ଗ କିପରି ହେବା ଦରକାର?
ଏହି ସ୍ଥାନ ଶୁକ୍ର ଓ କିଛି ଅର୍ଥରେ ଶନିଙ୍କ ସହ ସମ୍ବନ୍ଧ ରଖିଥାଏ।
ତେଣୁ ଏହି ସ୍ଥାନରେ ଶୀତଳ ପ୍ରଦାନ କରୁଥିବା ରଙ୍ଗ(Frosty colors) ବ୍ୟବହାର କରିବା ଲାଭଦାୟକ ହେବ।
ଏଠାରେ ଗୋଲାପି, ହଲ୍‌କା ସବୁଜ ଓ କ୍ରୀମ ରଙ୍ଗ ବ୍ୟବହାର କରିବା ଶୁଭ ହୋଇଥାଏ।
ଏହି ସ୍ଥାନରେ ନାଲି ଓ ନୀଳ ରଙ୍ଗ ବ୍ୟବହାର କରନ୍ତୁ ନାହିଁ।
ଶୟନ କକ୍ଷରେ ସୂର୍ଯ୍ୟ କିରଣ ପଡିବାର ବ୍ୟବସ୍ଥା କରନ୍ତୁ।
ଗାଧୁଆ ଘରର ରଙ୍ଗ କିପରି ହେବା ଆବଶ୍ୟକ?
ଏହି ସ୍ଥାନ ସହ ରାହୁ ଓ କେତୁ ଗ୍ରହର ସମ୍ବନ୍ଧ ରହିଥାଏ।
ଏହି ସ୍ଥାନରେ ପାଣି ଭଳି ରଙ୍ଗ(Aquatic dyes)ର ବ୍ୟବହାର କରିବା ଲାଭଦାୟକ ହୋଇଥାଏ।
ଏହି ସ୍ଥାନରେ ନୀଳ ବା ଧଳା ରଙ୍ଗର ବ୍ୟବହାର କରନ୍ତୁ।
ଏଠାରେ ସୂର୍ଯ୍ୟ କିରଣ ପଡିବାର ବ୍ୟବସ୍ଥା କରନ୍ତୁ।
ଏହା ସହ ପାଣିର ଅଯଥା ଖର୍ଚ୍ଚ କରନ୍ତୁ ନାହିଁ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories