www.samajalive.in
Friday, December 12, 2025
26.1 C
Bhubaneswar

ବୁର୍ଲା ଭିମସାରକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଚାନକ ଗସ୍ତ

ବୁର୍ଲା: ବୁର୍ଲା ଭିସୁଟର ଏକାଦଶ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦାନ କରିବା ପରେ ହଠାତ ରାଜ୍ୟପାଳଙ୍କ ଗସ୍ତ ହଠାତ ଭିମସାରକୁ ହୋଇଥିଲା। ସେପଟେ ଏହି ଗସ୍ତ ସମୟରେ ଭିମସାରରେ ଏକାଡ଼େମିକ ବୈଠକ ଚାଲିଥିଲା। ସେହି ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭିମସାରକୁ ଗସ୍ତରେ ଆସିବା ସହିତ ଭିମସାର ଅଧ୍ୟକ୍ଷଙ୍କ ଚେମ୍ବରକୁ ଯାଇଥିଲେ। ଭିମସାରର ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ର, ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡ଼ୁ, ପ୍ରଫେସର ଶ୍ରୀବସି କୁମାର ମହାପାତ୍ର, ମେଡ଼ିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ମହାନ୍ତି ଏବଂ ରେଡ଼ିଓଲୋଜି ବିଭାଗର ପ୍ରଫେସର ସାବିତ୍ରୀ ଭଗତ ଉପସ୍ତିତ ରହିଥିଲେ। ସ୍ୱଳ୍ପ ସମୟର ପରିଦର୍ଶନ ମଧ୍ୟରେ ଭିମସାରର ସମାସ୍ୟା ମାନଙ୍କ ବିଷୟରେ ପଚାରି ବୁଝିଥିଲେ। ବୁର୍ଲା ଭିମସାର ବହୁବିଧ ସମାସ୍ୟା ମଧ୍ୟଦେଇ ଗତି କରୁଥିବା ବେଳେ ଭିମସାରର ନିର୍ଦ୍ଦେଶକ ପଦ ସମସ୍ତ ଉନ୍ନତିମୁଳକ କାର୍ୟ୍ୟ, ନିଯୁକ୍ତି, ପଦସୃଷ୍ଟି ଏବଂ ବିଭାଗୀୟ ପଦୋନ୍ନତି କ୍ଷେତ୍ରରେ ସମାସ୍ୟା ସୃଷ୍ଟି କରୁଥିବା ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଭିମସାରରେ ସରକାରଙ୍କ ତରଫରୁ ସ୍ଥାୟୀ ନିର୍ଦ୍ଦେଶକ ବା କାର୍ୟ୍ୟକାରୀ ନିର୍ଦ୍ଦେଶକ ବ୍ୟବସ୍ତା କରା ନ ଯିବା ଯାଏ ଭିମସାରର ଉନ୍ନତିମୁଳକ ବ୍ୟବସ୍ତା ଝୁଲି ରହିଥିବା ଉପରେ ଉପସ୍ତିତ ଭିମସାର କର୍ତ୍ତୃପକ୍ଷଙ୍କ ତରଫରୁ ରାଜ୍ୟପାଳଙ୍କୁ ଅବଗତ କରା ଯାଇଥିଲା। ଏହି କ୍ଷେତ୍ରରେ ଭିମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବରେ ପ୍ରଫେସର ବର୍ଷା ଟୁଡ଼ୁ ରହିଥିବା ବେଳେ ତାଙ୍କୁ କାର୍ୟ୍ୟକାରୀ ନିର୍ଦ୍ଦେଶକ ଭାର ଦିଆଯାଇ ପାରିଲେ ଅନେକ ସମାସ୍ୟାର ସମାଧାନ ହୋଇପାରନ୍ତା ବୋଲି ଅବଗତ ହେବା ପରେ ଏହି ବ୍ୟବସ୍ତା ଉପରେ ରାଜ୍ୟପାଳ କିଛିଟା ସାକାରାମିକ ଇଙ୍ଗିତ କରିଥିବା ଭିମସାରର ପ୍ରଫେସର ଅଧ୍ୟକ୍ଷ ପ୍ରଫେସର ମିଶ୍ରଙ୍କ ତରଫରୁ ସୁଚନା ମିଲିଛି। ସେପଟେ କାର୍ୟ୍ୟକାରୀ ନିର୍ଦ୍ଦେଶକ ହେବା ପରେ ଭିମସାରର ଷ୍ଟାଚ୍ୟୁଟ ମୁତାବକ କାର୍ୟ୍ୟନିର୍ବାହି ପରିଷଦ ବୋର୍ଡ଼ରେ ହିଁ ସମସ୍ତ ଉନ୍ନତିମୁଳକ କାର୍ୟ୍ୟ ତଥା ଅନ୍ୟାନ୍ୟ ନିଯୁକ୍ତି ଏବଂ ପଦସୃଷ୍ଟି ସହିତ ଅନ୍ୟାନ୍ୟ ସମାସ୍ୟା ମାନଙ୍କର ସମାଧାନ ହୋଇପାରିବ ବୋଲି ଆଶାପ୍ରକାଶ ପାଉଛି। ଏହା ସହିତ ଭିମସାରର ପରୀକ୍ଷା ପରିଚାଳନା ପାଇଁ କର୍ମଚାରୀ ନିଯୁକ୍ତି ହୋଇ ନ ପାରିବା ଫଳରେ ଭିମସାର ପକ୍ଷରୁ ପରୀକ୍ଷା ପରିଚାଳନା କରାଯାଇ ପାରୁ ନ ଥିବା ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିବା ଭିମସାର ପକ୍ଷରୁ ସୁଚନା ଦିଆଯାଇଛି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories