www.samajalive.in
Friday, December 12, 2025
19.1 C
Bhubaneswar

ପାଇକମାଳ ଗନ୍ଧମାର୍ଦନ ତଳି ଅଞ୍ଚଳରେ ମାଓବାଦୀ ପୋଷ୍ଟର

ବରଗଡ଼ : ଦୀର୍ଘ ଦିନ ପରେ ପାଇକମାଳ ଗନ୍ଧମାର୍ଦନ ଅଞ୍ଚଳରେ ମାଓବାଦୀ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି। ବରଗଡ଼ ଜିଲା ପାଇକମାଳ ନୂଆପଡ଼ା ରାସ୍ତା କଡ଼ର ଚେରେଙ୍ଗାଝାଞ୍ଜ ବସ ଷ୍ଟାଣ୍ଡ ନିକଟରେ ରବିବାର ସକାଳେ ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲାଗି ଥିବା ଦେଖିବାକୁ ମିଳିଛି। ଆସନ୍ତା ୨ ରୁ ୮ ତାରିଖ ଯାଏଁ ପିଏଲଜିଏ ସପ୍ତାହ ପାଳନ କରିବାକୁ ଅନୁରୋଧ କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଦଳିତ ଆଦିବାସୀ ମୁଲସିମ ଅଳ୍ପ ସଂଖ୍ୟକଙ୍କୁ ସାହାଯ୍ୟ କରିବାକୁ , ବ୍ରାହ୍ମଣୀୟ ହିନ୍ଦୁ ଫାଶୀ ବାଦକୁ ବିରୋଧ, ଡ଼ିସେମ୍ବର ୬ ତାରିଖକୁ ହିନ୍ଦୁ ଫାଶୀ ବାଦ ବିରୋଧୀ ଦିବସ ଭାବେ ମାନିବାକୁ ପୋଷ୍ଟରରେ ଲେଖାଯାଇଛି। ପୋଷ୍ଟର ଗୁଡ଼ିକ ଓଦା ହୋଇଥିବାରୁ ସଠିକ ଭାବେ ପଢିବା ସମ୍ଭବ ହେଉନଥିବା ଜଣାପଡ଼ିଛି। ଏହାସହ ଚେରେଙ୍ଗାଝାଞ୍ଜ ଗ୍ରାମ ନିକଟରେ ଲାଗିଥିବା ଏହି ପୋଷ୍ଟର ଅନିତି ଦୂରରେ ବରତୁଣ୍ଡା ଠାରେ ସିଆରପିଏଫ କ୍ୟାମ୍ପ ରହିଛି। ଘଟଣାସ୍ଥଳକୁ ପାଇକମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories