www.samajalive.in
Saturday, December 13, 2025
17.1 C
Bhubaneswar

ହାଇଦରାବାଦ ବଳାତ୍କାର ଓ ହତ୍ୟା ଘଟଣା:୩ ପୁଲିସ ନିଲମ୍ବିତ,୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ

ହାଇଦରାବାଦ: ତେଲଙ୍ଗାନାର ୨୬ବର୍ଷୀୟା ପ୍ରାଣୀ ଚିକିତ୍ସିକାଙ୍କୁ ବଳାତ୍କାର ଓ ବିଭତ୍ସ ହତ୍ୟା ଘଟଣା ଉପରୁ ପରଦା ହଟୁଥିବାବେଳେ ସାଧାରଣ ଜନତା ରାସ୍ତାକୁ ଓହ୍ଲାଇଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ସର୍ବସମ୍ମୁଖରେ ଫାଶୀ ଦେବା ଦାବିରେ ଲୋକେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅପରପକ୍ଷରେ ପୁଲିସ ଗିରଫ କରିଥିବା ୪ ଅଭିଯୁକ୍ତଙ୍କୁ ଶନିବାର ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ତିନି ଜଣ ଅଭିଯୁକ୍ତ ମହମ୍ମଦ ଅରିଫ, ଜୋଲୁ ଶିବା ଓ ଜୋଲୁ ନବୀନ (ଦୁଇ ସମ୍ପର୍କୀୟ ଭାଇ) ଏବଂ ଚିନ୍ତାକୁଣ୍ଟା ଚେନାଶେବୁଲୁ। ତିନି ଜଣଙ୍କ ବୟସ ୨୦ ହୋଇଥିବାବେଳେ ଜଣଙ୍କର ୨୬ ଏବଂ ସମସ୍ତଙ୍କ ଘର ହାଇଦରାବାଦଠାରୁ ଦେଢ଼ ଶହ କିମି ଦୂର ନାରାୟଣପେଟ୍‌ଠାରେ। ସେମାନଙ୍କୁ ଶନିବାର ସାଦନଗର ଥାନା ଓ ମହାବୁବନଗର ଫ୍ରାଷ୍ଟଟ୍ରାକ୍‌ କୋର୍ଟରେ ହାଜର କରାଯିବାବେଳେ ବାହାରେ ଜନତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ପରିସ୍ଥିତି ଏଭଳି ହୋଇଥିଲା ​‌େ​‌ଯ ମାଜିଷ୍ଟ୍ରେଟ୍‌ଙ୍କୁ ପଛଦ୍ବାର ଦେଇ କୋର୍ଟକୁ ଆସିବାକୁ ପଡ଼ିଥିଲା। ଉତ୍ୟକ୍ତ ଜନତା ଏକ ଥାନାରେ ନିଆଁ ଲଗାଇଦେଇଥିବାବେଳେ ପୁଲିସ୍‌କୁ ଚପଲ ଓ ଢେଲାମାଡ଼ କରିଥିଲେ। ଅପରପକ୍ଷରେ ଏତଲା ଦାୟର କରିବାରେ ବିଳମ୍ବ ଯୋଗୁଁ ସରକାର ଜଣେ ସବ୍‌-ଇନ୍ସପେକ୍ଟର ଓ ଦୁଇ କନ୍‌ଷ୍ଟେବଳଙ୍କ ସହ ଦୁଇ ଥାନାର ତିନି ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି କିଷାନ ରେଡ୍ଡି ଓ ମହିଳା କମିସନ ସଦସ୍ୟା ଶ୍ୟାମଳ କୁନ୍ଦର ମୃତକଙ୍କ ପରିବାରକୁ ଭେଟିଛନ୍ତି।
ଅଭିଯୁକ୍ତମାନେ ମାତ୍ର ଘଣ୍ଟାକ ମଧ୍ୟରେ ଏଭଳି ନାରକୀୟ କାଣ୍ଡ ଘଟାଇଥିଲେ ବୋଲି ପୁଲିସ କହିଛି। ରାତି ୯ଟା ୨୦ରେ ସେମାନେ ଡାକ୍ତରାଣୀଙ୍କୁ ସ୍କୁଟର ଚକ ମରାମତି କରିବାରେ ସାହାଯ୍ୟ କରିବାକୁ କହିଥିବାବେଳେ ସାଢ଼େ ୧୦ଟାବେଳକୁ ତାଙ୍କୁ ପୋଡ଼ି ମାରିଦେଇଥିଲେ। ଇଟା ବୋଝେଇ ଟ୍ରକ୍‌ କର୍ମଚାରୀ ଆରିଫ ଓ ଶିବା ଏହି ଘଟଣାର ସୂତ୍ରଧର ବୋଲି ପୁଲିସ କହିଛି। ସନ୍ଧ୍ୟା ୬ଟା ୧୫ରେ ସେମାନେ ଡାକ୍ତରାଣୀଙ୍କୁ ଗାଡ଼ି ରଖି ଏକ ଭଡ଼ା କାର୍‌ରେ ଯିବା ଦେଖିବା ପରେ ବଳାତ୍କାର ଯୋଜନା କରିଥିଲେ ଏବଂ ସେହି ଅନୁସାରେ ଗାଡ଼ି ଚକ ପଙ୍କଚର୍‌ କରିଦେଇଥିଲେ। ଆରିଫ ଓ ଶିବା ହିଁ ପ୍ରଥମେ ସହାୟତା ଆଳରେ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ। ଏହି ସମୟରେ ଡାକ୍ତରାଣୀ ତାଙ୍କ ଭଉଣୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କଥା ସରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିକଟସ୍ଥ ଏକ କାନ୍ଥ ନିକଟକୁ ଟେକି ନେଇ ବଳାତ୍କାର କରିଥିଲେ। ୯ଟା ୪୫ବେଳକୁ ଡାକ୍ତରାଣୀଙ୍କ ଫୋନ୍‌ ବନ୍ଦ କରିଦେଇଥିଲେ। ପରେ ୧୦ଟା ୨୦ ସୁଦ୍ଧା ସେମାନେ ତାଙ୍କୁ ହତ୍ୟା କରିଥିଲେ। ୧୦ଟା ୨୮ରେ ତାଙ୍କ ମୃତଦେହକୁ ନିଜ ଗାଡ଼ିରେ ରଖି ପଳାଇଥିଲେ। ଅପରପକ୍ଷରେ ଆରିଫ ଓ ନବୀନ ଡାକ୍ତରାଣୀଙ୍କ ଗାଡ଼ିକୁ ନିକଟସ୍ଥ କୋଠୁର ଗ୍ରାମକୁ ନେଇ ଏହାର ନମ୍ବର ପ୍ଲେଟ୍‌ ଖୋଲି ଛାଡ଼ି ପଳାଇଥିଲେ। ମୃତଦେହ ନେଇ ଯାଇଥିବା ଅନ୍ୟ ଦୁଇ ଜଣ ବାଟରେ ପେଟ୍ରୋଲ ଖୋଜିଥିଲେ ମଧ୍ୟ ପାଇ ନ ଥିଲେ। ରାତି ପ୍ରାୟ ୨ଟା ୩୦ ସୁଦ୍ଧା ସେମାନେ ଛଟନପାଲୀରେ ମୃତଦେହକୁ ଏକ ପୋଲ ନିକଟରେ ପୋଡ଼ିଦେଇଥିଲେ। ପରେ ସେମାନେ ହାଇଦରାବାଦ ଫେରି ଅଟ୍ଟାପୁରଠାରେ ଟ୍ରକ୍‌ରୁ ଇଟା ଖଲାସ କରି ଫେରାର ହୋଇଯାଇଥିଲେ ବୋଲି କହିଛନ୍ତି ସାଇବରାବାଦ ପୁଲିସ କମିସନର ଭି.ସି ସଜ୍ଜନର। ସିସିଟିଭି ଚିତ୍ର ଓ କିଛି ବୈଷୟିକ ପ୍ରମାଣ ଆଧାରରେ ସେମାନଙ୍କୁ ଶୀଘ୍ର ଗିରଫ କରିବା ସହଜ ହୋଇଥିଲା ବୋଲି ସେ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories