ଭୁବନେଶ୍ବର: ଶ୍ରୀଧର ପାତ୍ରଙ୍କ ନାଲକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଶ୍ରୀଧରଙ୍କୁ ୩ ମାସ ପାଇଁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୧ରୁ ୩ ମାସ ଯାଏଁ ଦାୟିତ୍ବରେ ରହିବେ ବୋଲି ଖଣି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ବର୍ତ୍ତମାନ ନାଲକୋର ସିଏମଡି ଥିବା ତପନ ଚାନ୍ଦ ୩୦ ନଭେମ୍ବରରେ ଅବସର ନେଉଛନ୍ତି। ଏଣୁ ଶ୍ରୀଧରଙ୍କୁ ଅତିରିକ୍ତ ସିଏମଡି ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଧର ପାତ୍ର ବର୍ତ୍ତମାନ ନାଲକୋର ଫାଇନାନ୍ସ ନିର୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।
Popular Categories



