www.samajalive.in
Sunday, December 14, 2025
14.1 C
Bhubaneswar

ଅଦାଲତଙ୍କୁ ସର୍ବଶେଷ ବିକଳ୍ପ ଭାବେ ବିଚାର କରାଯିବା ଉଚିତ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇବା ନେଇ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିଷ୍ପତ୍ତିକୁ ବିରୋଧ କରି ଶିବସେନା-ଏନସିପି-କଂଗ୍ରେସର ମୂଳ ଆବେଦନ ଉପରେ ଆଗାମୀ ୮ ସପ୍ତାହ ମଧ୍ୟରେ ବିଚାର ହେବ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଫଡ଼ନବିସଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେବା ବେଳେ ବିଚାରପତି ଏନ.ଭି ରମନା, ଅଶୋକ ଭୂଷଣ ଏବଂ ସଞ୍ଜୀବ ଖାନ୍ନାଙ୍କ ପୀଠ କହିଛନ୍ତି ସାମ୍ବିଧାନିକ ବ୍ୟବସ୍ଥା ଓ ନ୍ୟାୟପାଳିକା ଭଳି ପୃଥକ କ୍ଷେତ୍ରର ସମ୍ମାନ କରାଯିବା ଦରକାର। ଅଦାଲତଙ୍କୁ ସର୍ବଶେଷ ବିକଳ୍ପ ଭାବେ ବିଚାର କରାଯିବା ଉଚିତ। ମହାରାଷ୍ଟ୍ର ମାମଲାରେ ଏହା ହିଁ କରାଯାଇଛି। ସଂସଦୀୟ ପ୍ରସଙ୍ଗରେ ଅଦାଲତ ହସ୍ତକ୍ଷେପ କରିପାରିବେ କି ନାହିଁ ତାହା ଏକ ବୃହତ ପ୍ରଶ୍ନବାଚୀ ସୃଷ୍ଟି କରିଛି। କିନ୍ତୁ ଅଦାଲତଙ୍କ କ୍ଷେତ୍ରାଧିକାର ଓ ସଂସଦୀୟ ସ୍ବାଧୀନତାର ସୀମା ସମ୍ବନ୍ଧୀୟ ଅନ୍ୟ ଆଇନଗତ ଓ ସାମ୍ବିଧାନିକ ପ୍ରସଙ୍ଗ ଉପରେ ପରେ ବିଚାର କରାଯିବ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆସ୍ଥା ଭୋଟ କରାଇବା ନିହାତି ଜରୁରୀ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories