ନୂଆଦିଲ୍ଲୀ : ମହାରାଷ୍ଟ୍ର ପ୍ରସଙ୍ଗକୁ ନେଇ କଂଗ୍ରେସ, ବାମପନ୍ଥୀ ଏବଂ ଅନ୍ୟାନ୍ୟ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଅଗ୍ରାହ୍ୟ କରିଦେଇଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କୌଣସି ବିଚାରାଧୀନ ବିଷୟ ଉପରେ ଗୃହରେ ଆଲୋଚନା
ହୋଇପାରିବ ନାହିଁ । ଅତୀତରେ ରାଜ୍ୟସଭାର ବିଭିନ୍ନ ନିଷ୍ପତ୍ତିର ଉଦାହରଣ ଦେଇ ସେ କହିଥିଲେ, କୌଣସି ପ୍ରମାଣ ବିନା ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ଗୃହରେ ଆଲୋଚନା ହୋଇପାରିବ ନାହିଁ।
ଏହାପରେ ବିରୋଧି ଦଳ ସଦସ୍ୟମାନେ ସେମାନଙ୍କର ଆସନରୁ ବିଭିନ୍ନ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ। ଏହି ହଟ୍ଟଗୋଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ବୀ କହିଥିଲେ, ମହାରାଷ୍ଟ୍ରର ଭୋଟର୍ମାନେ ବିଜେପିକୁ ଜନାଦେଶ
ଦେଇଥିବାବେଳେ ଶିବସେନା, ଏନ୍ସିପି ଓ କଂଗ୍ରେସ ଯେକୌଣସି ମତେ ସରକାର ଗଠନପାଇଁ ଉଦ୍ୟମ ଚଳାଇଛନ୍ତି। ଏଭଳି ପରିସ୍ଥିତି ଲାଗି ରହିବାରୁ ଶ୍ରୀ ନାଇଡୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଅପରାହ୍ନ ଅଧିବେଶନରେ ମଧ୍ୟ ଅନୁରୂପ ସ୍ଥିତି ଲାଗି ରହିବାରୁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।



