www.samajalive.in
Thursday, December 11, 2025
18.1 C
Bhubaneswar

‘ଏନସିସି’ ହେଉଛି ସଂଗଠିତ ଯୁବ ସଂଗଠନ – ମୋଦୀ

ଡେସ୍କ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜ ମନର କଥା କହିଛନ୍ତି। ମନ କି ବାତରେ ପ୍ରଧାନମନ୍ତ୍ରୀ ଦେଶର ଏନସିସିକୁ ସବୁଠାରୁ ସଂଗଠିତ ଯୁବ ସଂଗଠନ ବୋଲି ବର୍ଣ୍ଣନା କରିବା ସହ ସେ ନିଜେ ଜଣେ ଏନସିସି କ୍ୟାଡେଟ ଥିବା କହିଛନ୍ତି। ଏହି ଅବସରରେ ମୋଦୀ ସମସ୍ତ ପୂର୍ବତ୍ତନ ଓ ବର୍ତ୍ତମାନର ଏନସିସି କ୍ୟାଡେଟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜି ଏନସିସି ଦିବସକୁ ଉତ୍ସାହ ସହକାରେ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏନସିସି ହେଉଛି ଏଭଳି ଏକ ସେବା ଯେଉଁଥିରେ ପଦାତିକ ବାହିନୀ, ନୌବାହିନୀ ଏବଂ ଆକାଶବାହିନୀ ରହିଛି। ସେ କହିଛନ୍ତି ଏନସିସି ହେଉଛି ନେତୃତ୍ୱ, ଦେଶଭକ୍ତି, ସମର୍ପିତ ସେବା, ଶୃଙ୍ଖଳା ଓ କଠିନ ପରିଶ୍ରମର ଅନ୍ୟ ନାମ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କେତେ ଜଣା ଏନସିସି କ୍ୟାଡେଟଙ୍କ ସହ କଥାବାର୍ତ୍ତା କରିଛନ୍ତି। ଜୁନିଅର ଅଣ୍ଡର ଅଫିସର ତରନୁମ ଖାନଙ୍କ ସହ କଥା ହେବା ସମୟରେ ପ୍ରଧାନମନ୍ତ୍ରୀ ପୂର୍ବାଂଚଳ କ୍ଷେତ୍ରର ପିଲାମାନେ ଯୋଗ ଦେଇଥିବା ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ବିଷୟରେ ଅବଗତ ହୋଇଥିଲେ ଏବଂ ସେହି କ୍ୟାମ୍ପରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ସିନିଅର ଅଣ୍ଡର ଅଫିସର ହରି ଜି. ଭି., ବିନୋଲେ କିସୋ ଏବଂ ଅଖିଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories