www.samajalive.in
Thursday, December 11, 2025
18.1 C
Bhubaneswar

ବିବାହରେ ବାଣ ଫୁଟିଲେ, ବର ହୋଇପାରେ ଗିରଫ

ନୋଏଡା: ନୂଆଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ସଚେତନ କରାଯିବା ସହ ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି। ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏକ ନୂଆ ପଦକ୍ଷେପ ଉଠାଇଛି। ଏଣିକି ବିବାହ ଉତ୍ସବରେ ବାଣ ଫୁଟାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏମିତିକି ବରକୁ ମଧ୍ୟ ଗିରଫ କରାଯିବ ବୋଲି ଜିଲା ପ୍ରଶାସନ ନିର୍ଦେଶ ଦେଇଛି। ବିବାହ ଉତ୍ସବରେ ବାଣ ଫୁଟାଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜିଲାର ସମସ୍ତ ଥାନା ଅଧିକାରୀଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦେଶ ହୋଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାର ପକ୍ଷରୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ବିବାହ ଉତ୍ସବରେ ଲୋକେ ବାଣ ଫୁଟାଉଛନ୍ତି। ଏନେଇ ଜିଲା ମାଜିଷ୍ଟେଟ୍ ଶନିବାର ଏକ ଭିଡିଓ ଜାରି କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି। ଜିଲା ମାଜି​‌​‌ଷ୍ଟେଟ୍ ଶୌଳେନ୍ଦ୍ର କୁମାର ମିଶ୍ର କହିଛନ୍ତି ଯେ, ସୁପ୍ରିମକୋର୍ଟ ବାଣ ଫୁଟାଇବା ଉପରେ କଟକଣା ଜାରି କରିଛନ୍ତି। ହେଲେ କିଛି ଲୋକ ଏହାକୁ ଅମାନ୍ୟ କରି ବିବାହ ଉତ୍ସବରେ ଜୋରସୋର୍ ବାଣ ଫୁଟାଉଛନ୍ତି। ଏଥିପାଇଁ ଜିଲାର ସମସ୍ତ ଥାନା ଏବଂ ପିଆରଭି(ପାଟ୍ରୋଲିଂ)ରେ ମୁତୟନ ଥିବା ପୁଲିସକର୍ମୀଙ୍କୁ ନିର୍ଦେଶ ଦିଆଯାଇଛି ଯେ, କୌଣସି ବିବାହ ଉତ୍ସବରେ ବାଣ ଫୁଟୁଥିବା ସୂଚନା ମିଳିଲେ ତତ୍କାଳ ସେଠାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କର।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories