www.samajalive.in
Wednesday, December 10, 2025
26.1 C
Bhubaneswar

ହଟ ସିଟରେ ମହାରାଷ୍ଟ୍ର – ଆସନ୍ତାକାଲି ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଗଠନ ହେବ ପୂର୍ବରୁ ଓ ପରେ ପରିସ୍ଥିତି ଆଶା ଓ ଆଶଂକାମୟ ରହିଛି। କିଏ କାହାକୁ ସମର୍ଥନ ଦେବା ଓ କିଏ କାହାର ହାତ ଛାଡିବା ତାହା ଅନୁମାନ କରିବା ଏକ ପ୍ରକାର ମୁସ୍କିଲ ହୋଇ ପଡିଛି। ତେବେ ଘଟଣା ପହଂଚିଛି ସୁପ୍ରିମକୋର୍ଟରେ, ହୁଏତ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ନିଷ୍ପତ୍ତି ଶୁଣାଇ ପାରନ୍ତି।

ଇତି ମଧ୍ୟରେ ସଲିସିଟର ଜେନେରାଲ ତୁଷାର ମେହେଟା, ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭୀ, କପିଳ ଶିଵଲ, ଅତିରିକ୍ତ ସଲିସିଟର ଜେନେରାଲ କେ. ଏମ. ନଟରାଜ, କଂଗ୍ରେସ ନେତା ରଣଦୀପ ସୁରଜେୱାଲା, ପୃଥ୍ୱୀରାଜ ଚୌହାନ ପ୍ରମୁଖ ସୁପ୍ରିମକୋର୍ଟରେ ଉପସ୍ଥିତ ଅଛନ୍ତି।

- Advertisement -

ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ପ୍ରାୟ ୨ ଘଣ୍ଟା କାଳ ଯୁକ୍ତି ଶୁଣିବା ପରେ ଦୁଇଟି ପତ୍ର ଆସନ୍ତାକାଲି ସକାଳ ୧୦ଟା ୩୦ମିନିଟ ସୁଦ୍ଧା କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦୁଇଟି ଚିଠି ହେଉଛି – ରାଜ୍ୟପାଳ ସରକାର ଗଠନ ପାଇଁ ଦେଇଥିବା ଆମନ୍ତ୍ରଣ ପତ୍ର ଓ ସରକାର ଗଠନ ପାଇଁ ବିଜେପି ଓ ଏନସିପି ପକ୍ଷରୁ ରାଜ୍ୟପାଳଙ୍କୁ ଦିଆଯାଇଥିବା ସଂଖ୍ୟା ଗରିଷ୍ଠତା ପତ୍ର। ଜଷ୍ଟିସ ରମନ୍ନା କହିଛନ୍ତି ଆସନ୍ତାକାଲି କୋର୍ଟ ନିଜର ନିଷ୍ପତ୍ତି ଶୁଣାଇବେ। ସୁପ୍ରିମକୋର୍ଟ ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟାଳୟ, ଦେବେନ୍ଦ୍ର ଫଡନବୀଶ ଏବଂ ଅଜିତ ପାୱାରଙ୍କୁ ନୋଟିସ ଜାରି କରିଛନ୍ତି ଓ ଆସନ୍ତାକାଲି ସକାଳ ୧୦.୩୦ ସୁଦ୍ଧା ଜବାବ ଦାଖଲ ପାଇଁ କହିଛନ୍ତି।

ଆସନ୍ତାକାଲି ସୁପ୍ରିମକୋର୍ଟ କେଉଁ ପ୍ରସଙ୍ଗ ଉପରେ ଶୁଣାଣି କରିବେ –
– ରାଜପାଳଙ୍କ ନିଷ୍ପତ୍ତି
– ଦେବେନ୍ଦ୍ର ଫଡନବୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ସମ୍ବନ୍ଧୀୟ ରାଜ୍ୟପାଳଙ୍କ ସାମ୍ବିଧାନିକ କ୍ଷମତା
– ଦେବେନ୍ଦ୍ର ଫଡନବୀଶ ଓ ଅଜିତ ପାୱାରଙ୍କ ଜାବବ
– କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ ସମସ୍ତ ଅବଶକୀୟ କାଗଜପତ୍ର
– ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ସମୟ ଧାର୍ଯ୍ୟ

ତେବେ ଶୁଣାଣି ଆସନ୍ତାକାଲି କରା ନ ଯାଇ ଆହୁରି ତିନି ଦିନ ପରେ ଶୁଣାଣି କରିବା ସଂକ୍ରାନ୍ତ ଅନୁରୋଧକୁ ସୁପ୍ରିମକୋର୍ଟ ପ୍ରତ୍ୟାଖାନ କରିଛନ୍ତି।

ଘଟଣାର ଅନ୍ତରାଳେ:

ମହାରାଷ୍ଟ୍ର ସରକାର ଗଠନ ନେଇ ୪ଟି ବିଷୟରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ସେଗୁଡିକ ହେଉଛି –
– ରାଜ୍ୟପାଳ କେମିତି ଜାଣିଲେ ଫଡନବୀଶ -ପାୱାର ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ରଖିଛନ୍ତି
– ଶିବ ସେନା, ଏନସିପି ଏବଂ କଂଗ୍ରେସର ସମର୍ଥନ ପତ୍ର
– ସଂଖ୍ୟା ଗରିଷ୍ଠତା ପ୍ରମାଣ କେବେ
– କାମଚଳା ବାଚସ୍ପତି ଚୟନ

ଶିବସେନା ପକ୍ଷରୁ ପ୍ରଥମେ ଯୁକ୍ତି ରଖିଛନ୍ତି ବରିଷ୍ଠ ଓକିଲ କପିଳ ଶିଵଲ।
ଶିଵଲ: ମୁଁ ଯୁକ୍ତି ଉପସ୍ଥାପନ କରିବା ପୂର୍ବରୁ ରବିବାର ଛୁଟି ଦିନରେ କୋର୍ଟ କାର୍ଯ୍ୟ ପାଇଁ ଆପଣମାନଙ୍କୁ କ୍ଷମା ମାଗୁଛି।
ଜଷ୍ଟିସ ରମନ୍ନା: ଠିକ ଅଛି, ଏହା ଆମ କର୍ତ୍ତବ୍ୟ।
ଶିଵଲ: ମହାରାଷ୍ଟ୍ର ବିଧାନ ସଭାରେ ୨୮୮ ସଦସ୍ୟ ଅଛନ୍ତି, ୧୪୫ ହେଉଛି ସରକାର ଗଠନ ପାଇଁ ଆବଶ୍ୟକତା। ପ୍ରଥମେ ରାଜ୍ୟପାଳ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ କିନ୍ତୁ ସେମାନେ ଶଙ୍ଖ ଗରିଷ୍ଠତା ପ୍ରମାଣ କରି ପରି ନ ଥିଲେ। ଯଦିଓ ରାଜ୍ୟପାଳଙ୍କର ଏ କ୍ଷେତ୍ରରେ ବିଶେଷ କ୍ଷମତା ରହିଛି କିନ୍ତୁ ରାଜ୍ୟପାଳ ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶ ଓ ସାମ୍ବିଧାନିକ ନିୟମ ଅନୁଯାୟୀ କାର୍ଯ୍ୟ କରିବା କଥା।

ଶିଵଲ: ଏହା ପରେ ଯାହା ଘଟିଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ନିୟମ ବହିର୍ଭୁତ। ଦେଶରେ ଏଭଳି ଘଟଣା କେବେ ଘଟିନଥିଲା। କୌଣସି କ୍ୟାବିନେଟ ବୈଠକ କରା ନ ଯାଇ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇଛି ତେଣୁ କ୍ୟାବିନେଟ ବୈଠକ ନ ହୋଇଥିବାରୁ ଦେଶରେ ଏକ ପ୍ରକାର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି।

ଶିଵଲ: ଗତକାଲି ସକାଳ ୮ଟାରେ ଫଡନବୀଶ ଓ ଅଜିତ ପାୱାରଙ୍କ ସରକାର ଶପଥ ନେଇଛି କିନ୍ତୁ ସରକାର ପାଖରେ ସଂଖ୍ୟା ଗରିଷ୍ଠତା ଅଛି କି ନାହିଁ ତାହା କେବଳ ପ୍ରହେଳିକା ହୋଇ ରହିଛି। ସଂଖ୍ୟା ଗରିଷ୍ଠତା ନେଇ କୌଣସି ଦଲିଲ ଦିଆଯାଇ ନାହିଁ। ଅନ୍ୟ ପକ୍ଷରେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର ପାଇଁ ଆଦେଶ ଦେଇଛନ୍ତି ଓ କୌଣସି ନିମନ୍ତ୍ରଣ ନ ଥାଇ ଶପଥ ଗ୍ରହଣ ଉତ୍ସବ କରାଯାଇଛି। ରାଜ୍ୟପାଳ ନିଜର ବ୍ୟକ୍ତିଗତ ଇଛା ଅନୁଯାୟୀ କାର୍ଯ୍ୟ କରିଛନ୍ତି ଯେଉଁଥିରେ ସୁପ୍ରିମକୋର୍ଟଙ୍କ ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇଛି।

ଜଷ୍ଟିସ ରମନ୍ନା: ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହେବା ଏବେ ପ୍ରସଙ୍ଗ ନୁହେଁ।
ଜଷ୍ଟିସ ଭୂଷଣ: ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା କେମିତି ଜଣାପଡିଲା।
ଶିଵଲ: ଆମେ ଜାଣିନୁ, ଏ ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇନାହିଁ। ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ପରେ ସେମାନେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିପାରିଥାନ୍ତେ।
ଜଷ୍ଟିସ ଖାନ୍ନା: ଆମେ ତଥ୍ୟ ଆଧାରିତ ବିଚାର ପ୍ରକ୍ରିୟା ଜାରି ରଖିବା ଆବଶ୍ୟକ।
ଶିଵଲ: ଯଦି ସେମାନଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି, ସେମାନେ ତୁରନ୍ତ ପ୍ରମାଣ କରନ୍ତୁ ନଚେତ ଆମକୁ ସରକାର ଗଠନ ପାଇଁ ସୁଯୋଗ ଦିଆଯାଉ।

ଇତି ମଧ୍ୟରେ ବରିଷ୍ଠ ଓକିଲ କପିଳ ଶିଵଲ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ଗଠନ ନେଇ ରାମେଶ୍ୱର ପ୍ରସାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ଅବତାରଣା କରିଥିଲେ। ମହାରାଷ୍ଟ୍ର ଘଟଣାରେ ସରକାର ଗଠନ ପାଇଁ ରାଜ୍ୟପାଳ କୌଣସି ପତ୍ର ଦେଇ ନ ଥିବା ଶିଵଲ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories