www.samajalive.in
Monday, December 8, 2025
14.1 C
Bhubaneswar

ପୱାରଙ୍କ ଦମ୍ଭୋକ୍ତି; ବହୁମତ ସାବ୍ୟସ୍ତ କରିପାରିବେନି ଫଡ୍‌ନଭୀସ, ଆମେ ଗଢ଼ିବୁ ସରକାର

ମୁମ୍ବଇ: ମହାରାଷ୍ଟ୍ରରେ ଏକ ନାଟକୀୟ ମୋଡ଼ରେ ବିଜେପି ସରକାର ଗଢ଼ିବା ପରେ ଶିବସେନା, କଂଗ୍ରେସ ଏବଂ ଏନସିପିକୁ ବଡ଼ ଝଟ୍‌କା ଲାଗିଛି। ତଥାପି ହାର୍‌ ମାନିନାହିଁ ଏନସିପି। ଏବେ ବି ଏନସିପି-ଶିବସେନା ଓ କଂଗ୍ରେସ ମିଶି ରାଜ୍ୟରେ ସରକାର ଗଠନ କରିବେ ବୋଲି ଶରଦ ପୱାର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏନସିପି ନେତା ଅଜିତ ପୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବା ସହିତ ଶନିବାର ଦେବେନ୍ଦ୍ର ଫଡ୍‌ନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ପରେ ଶିବସେନା ଏବଂ ଏନସିପି ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ସରକାର ଗଠନ ସମ୍ପର୍କରେ ମତ ରଖିଛନ୍ତି।

ଖବରଦାତା ସମ୍ମିଳନୀରେ ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି, ଫଡ୍‌ନଭୀସ ବହୁମତ ସାବ୍ୟସ୍ତ କରିପାରିବେ ନାହିଁ। ଆମ ପାଖରେ ସଂଖ୍ୟା ଅଛି, ଆମେ ହିଁ ସରକାର ଗଢ଼ିବୁ। ବିଜେପିକୁ ସମର୍ଥନ ଅଜିତଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଏହା ଏନସିପିର ବିଚାରଧାରା ଏବଂ ଆଦର୍ଶ ବିରୋଧୀ। ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଥିଲା। କିନ୍ତୁ ଏନସିପିର କିଛି ବିଧାୟକ ବିଜେପି ସପକ୍ଷରେ ଯାଇଛନ୍ତି। ସେମାନଙ୍କୁ ଦଳବଦଳ ଆଇନ ଜଣାଥିବା ଦରକାର। ସେମାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇପାରେ। ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବୁ। ବିଜେପି ସହ ମେଣ୍ଟ ସପକ୍ଷରେ କୌଣସି ଏନସିପି ନେତା ନାହାନ୍ତି। କୌଣସି ଏନସିପି ନେତା ଦଳ ଛାଡ଼ିବେ ନାହିଁ ବୋଲି ଆଶା ରହିଛି। ତଦନ୍ତ ଭୟରେ ଅଜିତ ଏଭଳି ପଦକ୍ଷେପ ନେଇଛନ୍ତି କି ନାହିଁ ତାହା ଜାଣିନାହିଁ ବୋଲି ଶରଦ କହିଛନ୍ତି। ଏହା ସହିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଅନ୍ୟ ଏନସିପି ବିଧାୟକମାନେ ଦଳ ସହିତ ରହିଛନ୍ତି ବୋଲି କହିଛନ୍ତି। ସେମାନେ କହିଛନ୍ତି, ରାଜଭବନରେ ଆଲୋଚନା ପାଇଁ ଅଜିତ ଆମମାନଙ୍କୁ ଡାକି ନେଇଥିଲେ। କିନ୍ତୁ ସେଠାରେ ହଠାତ୍‌ ସେ ଶପଥ ନେଇଥିଲେ। ଏ ବିଷୟରେ ଆମେ ଅଜ୍ଞ ଥିଲୁ।

- Advertisement -

ସାମ୍ବାଦିକ ସମ୍ମିଳନୀରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ, ଯାହା ଖେଳ ଚାଲିଛି, ତାହା ପୂରା ଦେଶ ଦେଖୁଛି। ପୂର୍ବରୁ ଇଭିଏମରେ ଖେଳ ଚାଲିଥିଲା। ଏବେ ନୂଆ ଖେଳ ଚାଲିଛି। ଆମେ ଯାହା ବି କରୁ ସ୍ପଷ୍ଟ ଦିବାଲୋକରେ କରୁ। ବିହାର, ହରିୟାଣାରେ ମଧ୍ୟ ବିଜେପି ଏପରି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories