www.samajalive.in
Saturday, December 13, 2025
17.1 C
Bhubaneswar

 ହତ୍ୟାକାରୀଙ୍କୁ ଗିରଫ ଦାବି ନେଇ ସ୍ମାରକପତ୍ର

ବଙ୍ଗୋମୁଣ୍ଡା  ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ବେଳପଡା ପଞ୍ଚାୟତ ଡଙ୍ଗିଆ ଗ୍ରାମରେ ଚାଉଲିଆ ଗ୍ରାମର ନେତ୍ରମୋହନ ବନଛୋରଙ୍କୁ ହତ୍ୟା କରିବା ଘଟଣା ବହୁଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଗ୍ରାମବାସୀଙ୍କ ପକ୍ଷରୁ ହତ୍ୟା କାରୀଙ୍କୁ ଗିରଫ ଦାବି ନେଇ ପୁଲିସ ଡିଜିଙ୍କ ଉଦେଶ୍ୟରେ ବଙ୍ଗୋମୁଣ୍ଡା ତହସିଲଦାରଙ୍କ ଅନୁପସ୍ଥିତିରେ ବରିଷ୍ଠ ସହାୟକ ଦମୟନ୍ତୀ ବରିହାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ସୂଚନା ଅନୁଯାୟୀ, ଚାଉଲିଆ ଗ୍ରାମର ନେତ୍ର ମୋହନ ବନଛୋର ସବୁଦିନ ପରି ୨୪ ଅକ୍ଟୋବର ଦିନ ତାଙ୍କ ଶଶୂର ଘରକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କଲା ପରେ ମଧ୍ୟ ପାଇନଥିଲେ। ଅକ୍ଟୋବର ୨୫ ତାରିଖ ଅପରାହ୍ନ ୩ ଘଟିକାରେ ଡଙ୍ଗିଆ ଗ୍ରାମର ଏକ କପା କିଆରୀରେ ଶବ ପଡିଥିବା ଖବର ପଇଥିଲେ। ପରେ ଗ୍ରାମବାସୀ ୨୮ ତାରିଖରେ ଥାନାରେ ହତ୍ୟା କରି ଶବ ଫିଙ୍ଗି ଦେଇ ଥିବା ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଘଟଣା ଘଟିବାର ୨୨ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ହତ୍ୟା କାରୀଙ୍କୁ ଗିରଫ ଦାବି ନେଇ ଗ୍ରାମବାସୀଙ୍କ ପକ୍ଷରୁ ପୋଲିସ ଡି.ଜି., ବଲାଙ୍ଗିର ଏସପି., ଗୃହ ମନ୍ତ୍ରୀ, ଜିଲାପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବଙ୍ଗୋମୁଣ୍ଡା ତହସିଲରେ ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ମୃତକଙ୍କ ସ୍ତ୍ରୀ ମନ୍ଦାର ବନଛୋର, ନିରାକାର ବନଛୋର,ଅ ଜିତ କୁମାର ବନଛୋର, ତ୍ରିବିକ୍ରମ ବଚ୍ଛା, ନାରାୟଣ ଜାଲ, ଗୋକୁଲାନନ୍ଦ ବନଛୋର, ସୁବାଷ ବନଛୋର ପ୍ରମୁଖଙ୍କ ସହ ଶତାଧିକ ଲୋକ ଉପସ୍ଥିତ ଥିଲେ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ନ କଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories