www.samajalive.in
Tuesday, December 9, 2025
17.1 C
Bhubaneswar

ମୁଗଲାଇ ଆଳୁ

ଆବଶ୍ୟକ ସାମଗ୍ରୀ
କଟା ଆଳୁ – ୬ଟି
କଟା ପିଆଜ – ୧ଟି
ପେଷା ଟମାଟୋ – ୧ କପ
କାଜୁ – ୪ଟି
ଲବଙ୍ଗ – ୬ଟି
କ୍ଷୀର – ୧କପ
ଜୁଆଣୀ – ଅଳ୍ପ
କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚାମଚ
ଧନିଆ ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
କ୍ରିମ – ୨ ଚାମଚ
ଅଦା ରସୁଣ ବଟା – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ଘିଅ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାଜୁକୁ ସିଝା କ୍ଷୀରରେ କିଛି ବତୁରାଇ ରଖନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଳୁକୁ ଭଲ ଭାବେ ଭାଜି ଦିଅନ୍ତୁ। ଏବେ କଡ଼େଇରେ ଘିଅ ଗରମ କରି ଜୁଆଣୀ ଭାଜନ୍ତୁ। ଏହାପରେ ପିଆଜ, ଅଦା ରସୁଣ ବଟା ପକାଇ କଷନ୍ତୁ। ଏବେ ଏଥିରେ ପେଷା ଟମାଟୋ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, କାଶ୍ମୀର ଲଙ୍କା ଗୁଣ୍ଡ, ଗରମ ମସଲା, ଲୁଣ ପକାଇ ପୁଣି କଷନ୍ତୁ। ଏବେ କାଜୁ ଓ କ୍ଷୀରକୁ ଏଥିରେ ପକାଇ ଗୋଳାନ୍ତୁ। ଏହାପରେ ଭଜା ଆଳୁ, ସାମାନ୍ୟ ପାଣି ଦେଇ ଗୋଳାଇ କିଛି ସମୟ ଫୁଟାନ୍ତୁ। ଫୁଟିବା ପରେ କ୍ରିମ ପକାଇ ଗୋଳାନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି କସ୍ତୁରୀ ମେଥି ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗଲାଇ ଆଳୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories