www.samajalive.in
Sunday, December 7, 2025
18.1 C
Bhubaneswar

ବଲିଭିଆରେ ଗମ୍ଭୀର ହେଉଛି ରାଜନୈତିକ ସଙ୍କଟ, ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେ ୫ ମୃତ

ଲା ପାଜ୍‌: ବଲିଭିଆ ରାଷ୍ଟ୍ରପତି ଇବୋ ମୋରାଲେସଙ୍କ ଇସ୍ତଫା ପରେ ଦେଶ​‌ରେ ରାଜନୈତିକ ସଙ୍କଟ ଗମ୍ଭୀର ରୂପ ନେବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ମୋରାଲେସଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ଚଳାଇଛନ୍ତି। ସ୍ଥାନେ ସ୍ଥାନେ ସମର୍ଥକମାନଙ୍କ ଦ୍ବାରା ହିଂସା ସୃଷ୍ଟି କରାଯିବା ଫଳରେ ଏହାର ନିୟନ୍ତ୍ରଣ ପାଇଁ ସୁରକ୍ଷା କର୍ମୀଙ୍କୁ ଗୁଳି ଚଳାଇବାକୁ ପଡ଼ିଛି। ସକାବାରେ ଆନ୍ଦୋଳନକାରୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଲୋକ ଆହତ ହୋଇଛନ୍ତି।

ସକାବାରେ ଥିବା ମେକ୍ସିକୋ ହସ୍ପିଟାଲର ନିର୍ଦେଶକ ଗୁଆଦାଲବେର୍ଟୋ ଲାରା କହିଛନ୍ତି, ସକାବାରେ ଆହତ ହୋଇଥିବା ଅଧିକାଂଶ ଲୋକଙ୍କ ଶରୀର ଗୁଳିବିଦ୍ଧ ହୋଇଛି। ସେ ତାଙ୍କ ୩୦ ବର୍ଷ କ୍ୟାରିୟରରେ ଏଭଳି ଭୟଙ୍କର ହିଂସା କେବେ ଦେଖି ନ ଥିବା କହିଛନ୍ତି।

- Advertisement -

ଦେଶରେ ରାଜନୈତିକ ଚାପ ଏବଂ ସେନା ଚାପରେ ଅତିଷ୍ଠ ହୋଇ ରାଷ୍ଟ୍ରପତି ମୋରାଲେସ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ମେକ୍ସିକୋ ଚାଲିଯାଇ ସେଠାରେ ଶରଣ ନେଇଛନ୍ତି। ତାଙ୍କ ସମର୍ଥକମାନେ ତାଙ୍କୁ ଦେଶକୁ ଫେରାଇ ଆଣିବାକୁ ଦାବି କରୁଛନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହେଉଛି। ବର୍ତ୍ତମାନ ସାଂସଦ ଜୀନିନ ଅନେଜ ଅନ୍ତରୀଣ ରାଷ୍ଟ୍ରପତି ଭାବେ ସବୁ କ୍ଷମତାକୁ ନିଜ ହାତକୁ ନେଇଛନ୍ତି। ତେବେ ସଂଘର୍ଷରେ ୫ଜଣଙ୍କ ମୃତ୍ୟୁକୁ ନରସଂହାର ବୋଲି ଟ୍ବିଟ୍‌ କରି ଦର୍ଶାଇଛନ୍ତି ମୋରାଲେସ। ଅନ୍ତରୀଣ ରାଷ୍ଟ୍ରପତି ଜୀନିନଙ୍କ ନେତୃତ୍ଵାଧୀନ ସରକାରକୁ ମୋରାଲେସ ଏକଚ୍ଛତ୍ରବାଦ ବୋଲି ଦର୍ଶାଇବା ସହିତ ସେ ସକାବାରେ ଥିବା ତାଙ୍କ ସମର୍ଥକ ଭାଇମାନଙ୍କୁ ହତ୍ୟା କରୁଥିବା କହିଛନ୍ତି।

ସୂଚନାଯୋଗ୍ୟ, ମୋରାଲେସ ଇସ୍ତଫା ଦେବା ପରେ ସେ କୌଣସି ନିର୍ବାଚନରେ ଭାଗ ନେଇପାରିବେ ନାହିଁ ବୋଲି ଅନ୍ତରୀଣ ରାଷ୍ଟ୍ରପତି ଜୀନିନ ଘୋଷଣା କରିଥିଲେ। ତେବେ ଜୀନିନଙ୍କ ଅନ୍ତରୀଣ ସରକାରକୁ କେତେକ ଦେଶ ସମର୍ଥନ କରିଥିଲେ ହେଁ ସେ ନିଜ ଦେଶରେ ଲୋକଙ୍କ ବିରୋଧର ସମ୍ମୁଖୀନ ହେବା ସହିତ ସଙ୍କଟରେ ପଡ଼ିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories