www.samajalive.in
Friday, December 12, 2025
19.1 C
Bhubaneswar

ବ୍ରାସିଲିଆରେ ବ୍ରିକ୍ସ ନେତାମାନଙ୍କ ସହ ଆଲୋଚନା କରିବେ ମୋଦୀ

ବ୍ରାସିଲିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାସିଲିଆରେ ବ୍ରିକ୍ସ ନେତାମାନଙ୍କ ସହ ଶିଖର ବୈଠକସ୍ତରୀୟ କଥାବାର୍ତ୍ତା କରିବେ। ପ୍ରଥମେ ନେତାମାନେ ଏକ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରିବେ ଓ ପରେ ପୂର୍ଣ୍ଣାଙ୍ଗ ଅଧିବେଶନ ଆରମ୍ଭ ହେବ। ପରେ ନେତୃବୃନ୍ଦ ବ୍ରିକ୍ସ ବ୍ୟବସାୟିକ ପରିଷଦ ଓ ନିଉ ଡେଭଲପମେଣ୍ଟ ବ୍ୟାଙ୍କ ସହ କଥାବାର୍ତ୍ତା କରିବେ। ବ୍ୟବସାୟିକ ପରିଷଦ ଓ ନିଉ ଡେଭଲପମେଣ୍ଟ ବ୍ୟାଙ୍କ ସେମାନଙ୍କର ରିପୋର୍ଟ ନେତାମାନଙ୍କୁ ଦାଖଲ କରିବେ। ଆଜିର ଶିଖର ବୈଠକସ୍ତରୀୟ କଥାବାର୍ତ୍ତାରେ ନେତାମାନେ ସେମାନଙ୍କର ଭିଜନଗୁଡ଼ିକୁ ଉପସ୍ଥାପନ କରିବେ। ଚଳିତବର୍ଷ ବ୍ରିକ୍ସ ନବୀକରଣ ନେଟୱର୍କ, ବ୍ରିକ୍ସ ଭବିଷ୍ୟତ ନେଟୱାର୍କ ପ୍ରତିଷ୍ଠାନ ଓ ମହିଳା ବ୍ୟବସାୟିକ ମେଣ୍ଟର ଗଠନ ହେବ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories