www.samajalive.in
Tuesday, December 9, 2025
16.1 C
Bhubaneswar

ଇସ୍ରାଏଲ ଉପରେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ରକେଟ୍‌ ମାଡ଼, ଜବାବୀ କାର୍ଯ୍ୟାନୁଷ୍ଠାନରେ ଆତଙ୍କୀ କମାଣ୍ଡର ନିହତ

ତେଲ୍‌ ଅବୀବ: ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ କରାଯାଇଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ଇସ୍ରାଏଲର ଏକ ବ୍ୟସ୍ତବହୁଳ ରାସ୍ତା ଉପରେ ରକେଡ୍‌ ମାଡ଼ କରାଯାଇଛି। ଏଥିରେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ। ତେବେ ଆକ୍ରମଣ ସମୟର ଭୟାନକ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରକେଟ୍‌ଟି ଏକ କାର୍‌ ନିକଟରେ ମାଡ଼ ହୋଇଥିବାବେଳେ କାରଟି ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲା।

Image Courtesy: Amar ujala, Odisha

ଅନ୍ୟପଟେ ଇସ୍ରାଏଲ ପକ୍ଷରୁ ଏହା ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇସ୍ରାଏଲ ସେନା ୱେଷ୍ଟ ବ୍ୟାଙ୍କ ଏବଂ  ଗାଜାର ବିଭିନ୍ନ ସ୍ଥାନରେ ଥିବା ଆତଙ୍କବାଦୀ ସଂଗଠନ ହମାସର କେତେକ ଶିବିର ଉପରେ ବୋମା ମାଡ଼ କରିଛି। ଏଥିରେ ହମାସର ଜିହାଦ କାମଣ୍ଡର ନିହତ ହୋଇଥିବା ଜଣାପଡ଼ିଛି। ନିହତ କମାଣ୍ଡର ଅନେକ ନାଗରିକ ଏବଂ ଇସ୍ରାଏଲ ଯବାନଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ରହିଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ, ଇସଲାମିକ ଜିହାଦ ଗାଜାରେ ଏକ ଆତଙ୍କୀ ସଂଗଠନ ରହିଛି। ଇସ୍ରାଏଲକୁ କ୍ଷତି ପହଞ୍ଚାଇବା ଏହି ସଂଗଠନର ଲକ୍ଷ୍ୟ। ସଂଗଠନ ଆଜି ଇସ୍ରାଏଲ ଉପରେ ୧୨ରୁ ଅଧିକ ରକେଡ୍‌ ମାଡ଼ କରିଛି, ଯାହାର କଡ଼ା ଜବାବ ଦିଆଯାଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories