www.samajalive.in
Saturday, December 13, 2025
26.1 C
Bhubaneswar

ପରଲୋକରେ କାଞ୍ଚି ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : କାଞ୍ଚିର ୬୯ତମ ଶଙ୍କରାଚାର୍ଯ୍ୟ ତଥା କାଞ୍ଚିପୁରମ କାମାକୋଠୀ ପୀଠ ମଠାଧୀଶ ଜୟେନ୍ଦ୍ର ସରସ୍ୱତୀଙ୍କ ଚେନ୍ନାଇସ୍ଥିତ ଶ୍ରୀରାମଚନ୍ଦ୍ର ଡାକ୍ତରଖାନାରେ ବୁଧବାର ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ଅସୁସ୍ଥ ଥିଲେ । ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ନିମ୍ନ ରକ୍ତଚାପ ଯୋଗୁଁ ତାଙ୍କୁ ଶ୍ରୀରାମଚନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ଘଟିଛି । କାଞ୍ଚି କାମାକୋଠୀ ପୀଠମର ପୂର୍ବତନ ମଠାଧୀଶ ତଥା ମହାସ୍ୱାମୀ ଭାବେ ଜଣାଶୁଣା ଚନ୍ଦ୍ରଶେଖରାନ୍ଦ୍ରେ ସରସ୍ୱତୀଙ୍କ ଉତ୍ତରାଧୀକାରୀ ଭାବେ ଜୟେନ୍ଦ୍ର ସରସ୍ୱତୀ ମଠାଧୀଶ ଭାର ଗ୍ରହଣ କରିଥିଲେ । ଜୟେନ୍ଦ୍ର ସରସ୍ୱତୀ ୧୯୯୪ଠାରୁ କାମାକୋଠୀ ମଠାଧୀଶ ରହିଥିଲେ । ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ସମୟରେ ମଠର ଦାତ୍ତବ୍ୟ କାର୍ଯ୍ୟକ୍ରମର ବହୁଳ ମାତ୍ରାରେ ପ୍ରସାର ଘଟିଥିଲା । ତାଙ୍କ ସମୟରେ ଅନେକ ବିଦ୍ୟାଳୟ, ଡାକ୍ତରଖାନା ଖୋଲାଯାଇଛି । ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ରଙ୍କ ଉତ୍ତରାଧୀକାରୀ ଭାବେ ବିଜୟେନ୍ଦ୍ର ସରସ୍ୱତୀ ମଠାଧୀଶ ଭାର ଗ୍ରହଣ କରିବେ । କୁହାଯାଏ ଯେ ଆଦି ଶଙ୍କରାଚାର୍ଯ୍ୟ ୪୮୨ ଖ୍ରୀଷ୍ଟପୂର୍ବରେ କାଞ୍ଚି କାମାକୋଠୀ ପୀଠମ ମଠର ସ୍ଥାପନା କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories