www.samajalive.in
Thursday, December 11, 2025
18.1 C
Bhubaneswar

ଅଯୋଧ୍ୟା ରାୟ ଶୁଣାଣି କରିଥିବା ଖଣ୍ଡପୀଠରେ ଥିଲେ ଏହି ୫ ବିଚାରପତି

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ବିବାଦୀୟ ସ୍ଥଳ ରାମଲାଲ ପକ୍ଷକୁ ଦିଆଯାଇଛି। ଏହା ସହିତ ମୁସଲିମ ପକ୍ଷକୁ ୫ ଏକର ଜାଗା ଅନ୍ୟତ୍ର ଯୋଗାଇଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ଵରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ବର୍ଷ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି ୪୦ ଦିନରେ ଶେଷ ହୋଇଥିଲା। ଶନିବାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ତେବେ ଆସନ୍ତୁ ଜାଣିବା ଖଣ୍ଡପୀଠରେ ଥିବା ୫ ବିଚାରପତିଙ୍କ ସମ୍ପର୍କରେ।

୧- ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ

- Advertisement -

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଖଣ୍ଡପୀଠରେ ଅଧ୍ୟକ୍ଷତା କରିଥିଲେ। ୧୯୫୪ ନଭେମ୍ବର ୧୮ରେ ତାଙ୍କର ଜନ୍ମ। ସେ ଦେଶର ୪୬ତମ ପ୍ରଧାନ ବିଚାରପତି। ଗୌହାଟୀ ହାଇକୋର୍ଟରୁ ଜଷ୍ଟିସ ଗୋଗୋଇ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

୨- ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ

୧୯୫୬ ଏପ୍ରିଲ ୨୪ରେ ନାଗପୁରରେ ଜନ୍ମିତ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ୧୯୭୮ରେ ବାର୍‌ କାଉନସିଲରେ ଯୋଗଦେଇଥିଲେ। ୨୦୦୦ ମସିହାରେ ସେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୩ରେ ସେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇଙ୍କ ପରେ ସେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ଵ ଗ୍ରହଣ କରିବେ।

୩- ଜଷ୍ଟିସ ଅଶୋକ ଭୂଷଣ

ଉତ୍ତରପ୍ରଦେଶର ଜଉନପୁରରେ ୧୯୫୬ ଜୁଲାଇ ୫ରେ ଜଷ୍ଟିସ ଅଶୋକ ଭୂଷଣ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୯ରେ ଉତ୍ତର ପ୍ରଦେଶ ବାର୍‌ କାଉନସିଲରେ ଯୋଗଦେଇଥିଲେ। ୨୦୦୧ରେ ସେ ଆଲାହାବାଦ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୪ରେ ସେ କେରଳ ହାଇକୋର୍ଟରେ ବିଚାରପତି ନିଯୁକ୍ତ ହେବା ସହିତ ଏହାର ବର୍ଷକ ପରେ ସେ ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ନେଇଥିଲେ। ୨୦୧୬ ମେ ୧୩ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

୪- ଜଷ୍ଟିସ ଏସ୍‌. ଅବଦୁଲ ନଜୀର

ଜଷ୍ଟିସ ଏସ. ଅବଦୁଲ ନଜୀର ୧୯୫୮ ୫ ଜାନୁୟାରୀରେ କର୍ଣ୍ଣାଟକର ବେଲୁବଇ ଗାଁରେ ଜନ୍ମଲାଭ କରିଥିଲେ। ୧୯୮୩ରେ ସେ କର୍ଣ୍ଣାଟକ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ୨୦୧୭ ଫେବୃୟାରୀ ୧୭ରେ ତାଙ୍କୁ ସୁପ୍ରିମକୋଟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ଜଷ୍ଟିସ ନଜୀର ଦେଶର ୩ୟ ବିଚାରପତି, ଯିଏ କୌଣସି ହାଇକୋର୍ଟରେ ମୁଖ୍ୟ ବିଚାରପତି ନ ହୋଇ ବି ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।

୫- ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼

୧୯୫୯ ନଭେମ୍ବର ୧୧ରେ ଜନ୍ମିତ ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ଙ୍କ ବାପା ଯଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ। ଜଷ୍ଟିସ ଧନଞ୍ଜୟ ଚନ୍ଦ୍ରଚୂଡ଼ ୨୦୧୬ ମେ ୧୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ବମ୍ବେ ହାଇକୋର୍ଟର ବିଚାରପତି ଏବଂ ପରେ ଆଲାହାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories