www.samajalive.in
Saturday, December 13, 2025
26.1 C
Bhubaneswar

ଅରୁଣାଚଳ ସୀମାରେ ସୁନା ଖୋଜୁଛି ଚୀନ, ଉତ୍‍ଖନନ ଆରମ୍ଭ

ବେଜିଂ : ଅରୁଣାଚଳପ୍ରଦେଶ ସୀମାରେ ନିଜ ପାର୍ଶ୍ବର ଏକ ବଡ଼ ଅଂଶରେ ଚୀନ ଖନନ କାର୍ଯ୍ୟ ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତକାରକୁ ମାସେ ପୂରିନଥିବାବେଳେ ଚୀନର ଏଭଳି ଗତିବିଧି ପୁଣି ଉତ୍ତେଜନା ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରିଛି। କୁହାଯାଉଛି ଅରୁଣାଚଳ ସୀମାର ଭୂଗର୍ଭରେ ସୁନା, ରୁପା ଆଦି ମୂଲବାନ ଖଣିଜର ଏକ ବିଶାଳ ଭଣ୍ଡାର ରହିଛି। ସେଠାରେ ପ୍ରାୟ ୬୦ ଶହ କୋଟି ଡଲାରର ଏଭଳି ମୂଲ୍ୟବାନ ଖଣିଜ ଧାତୁ ରହିଥିବା ଆକଳନ କରାଯାଇଛି। ଫଳରେ ଚୀନ ସୁନା ସନ୍ଧାନରେ ଅରୁଣାଚଳ ସୀମାରେ ଉତ୍‍ଖନନ ଆରମ୍ଭ କରିଛି। ହଂକଂସ୍ଥିତ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁସାରେ ଭାରତୀୟ ସୀମା ସଲଗ୍ନ ଚୀନର ଲୁହଞ୍ଜେ କାଉଣ୍ଟି ଅଞ୍ଚଳରେ ମାଇନିଂ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଉଲ୍ଲେଖ ଯେ ଚୀନ ଅରୁଣାଚଳପ୍ରଦେଶକୁ ଦକ୍ଷିଣ ତିବ୍‍ବତ ଦର୍ଶାଇ ଏହା ଉପରେ ନିଜର ଦାବି ଉପସ୍ଥାପନ କରୁଛି। ଏଭଳି ସ୍ଥିତିରେ ସୀମାରେ ଚୀନର ଉତ୍‍ଖନନ ଏବଂ ମାଇନିଂ ପ୍ରକଳ୍ପ ଡୋକଲାମ ପରେ ପୁଣି ଦୁଇ ଦେଶ ମଧ୍ୟରେ ବିବାଦର କାରଣ ସାଜିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏପରି କରି ଚୀନ ଅରୁଣାଚଳପ୍ରଦେଶକୁ ନିଜ ଦଖଲକୁ ନେବାକୁ ପ୍ରୟାସ ଆରମ୍ଭ କରିଛି ଓ ଏହା ତାର ଋଣନୀତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦକ୍ଷିଣ ତିବ୍‍ବତ୍‍ ବୋଲି କୁହାଯାଉଥିବା ଅରୁଣାଚଳପ୍ରଦେଶ ଉପରେ ନିଜର ଦାବିକୁ ମଜଭୁତ କରିବା ପାଇଁ ଚୀନ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଆରମ୍ଭ କରିଛି ବୋଲି ପ୍ରକଳ୍ପ ପାଇଁ କାର୍ଯ୍ୟକରୁଥିବା କେତେକ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଜୁନ୍‍ରେ ବିବାଦୀୟ ଡୋକଲାମ ଅଞ୍ଚଳରେ ଚୀନର ରାସ୍ତା ନିର୍ମାଣକୁ ନେଇ ଭାରତ ଓ ଚୀନ ବିବାଦ ଆରମ୍ଭ ହୋଇଥିଲା। ଉଭୟ ଦେଶର ସେନା ୭୩ ଦିନ ପର୍ଯ୍ୟନ୍ତ ମୁହାଁମୁହିଁ ସ୍ଥିତିରେ ରହିଥିଲେ। ପରେ କୂଟନୀତିଜ୍ଞସ୍ତରରେ ବିବାଦର ସମାଧାନ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories