www.samajalive.in
Saturday, December 13, 2025
26.1 C
Bhubaneswar

ରାଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଶ୍ରୀଜୀଉଙ୍କ ଦୋଳପୂର୍ଣ୍ଣିମା ନୀତିନିର୍ଘଣ୍ଟ

ପୁରୀ : ଶ୍ରୀଜୀଉଙ୍କ ଦୋଳପୂର୍ଣ୍ଣିମା ନୀତିନିର୍ଘଣ୍ଟ ମଙ୍ଗଳବାର ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ କରାଯାଇଛି। ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ ରାଜାଧିରାଜ ବେଶ କରାଯିବ। ହୀରା ଲୀଳା ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ଆଭୂଷିତ ହେବେ ମହାପ୍ରଭୁ। ସକାଳ ୮ଟାରୁ ବେଶ ଆରମ୍ଭ ହୋଇ ୯ଟା ୩୦ସୁଦ୍ଧା ଶେଷହେବ। ଶ୍ରଦ୍ଧାଳୁ ଭକ୍ତମାନେ ବାହାରକାଠ ପାଖରେ ଛିଡାହୋଇ ଦାରୁବ୍ରହ୍ମଙ୍କ ଆକର୍ଷଣୀୟ ସୁନାବେଶ ଦର୍ଶନ କରିବେ। ଏହାପରେ ଦିନ ୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ସମ୍ପନ୍ନ ହେବ। ଦୋଳଗୋବିନ୍ଦ ବିମାନକୁ ବିଜେ କରିବେ। ବେଢା ପରିକ୍ରମା ପରେ ସୁସଜ୍ଜିତ ବିମାନ ଦୋଳବେଦୀ ଅଭିମୁଖେ ଯିବ। ସେଠାରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମାଙ୍କୁ ଫଗୁଲାଗି କରାଯିବା ସହ ପୂଜାର୍ଚ୍ଚନା ହେବାର କାର୍ଯ୍ୟକ୍ରମ ରହିଛି। ଦିନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଧୂପ, ଦିନ ୧ଟା ୩୦ସୁଦ୍ଧା ଭୋଗମଣ୍ଡପ ସମ୍ପନ୍ନ ହେବ। ରାତି ୯ଟାରେ ମହାପ୍ରଭୁ ଦୋଳବେଦୀ ନୀତି ସାରି ଶ୍ରୀମନ୍ଦିରକୁ ବାହୁଡାବିଜେ କରିବେ। ରାତି ୧୦ଟା ୧୫ରେ ଭୋଗ ଓ ବନ୍ଦାପନା କରାଯିବା ସହ ଭିତରକାଠ ପାଖକୁ ଦିଅଁ ବିଜେ କରିବେ। ପରମ୍ପରା ଅନୁଯାୟୀ କର୍ପୂର ଆଳତୀ ଓ ଜଳଲାଗି କରାଯିବ। ରାତି ୧୦ଟା ୨୫ରେ ଲକ୍ଷ୍ମୀ ଓ ସରସ୍ୱତୀ ସିଂହାସନକୁ ବିଜେ କରିବେ। ଦୋଳଗୋବିନ୍ଦ ଦକ୍ଷିଣଘରକୁ ଯିବାର କାର୍ଯ୍ୟକ୍ରମ ରହିଛି। ରାତି ୧୦ଟା ୩୫ରେ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ ମଇଲମ କରାଯିବ। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ମହାସ୍ନାନ ହେବେ। ରାତି ୧୨ଟା ୧୫ରୁ ୧ଟା ମଧ୍ୟରେ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବ। ଏହାପରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ଆଳତୀ, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ କରାଯିବ। ରାତି ୩ଟା ୪୫ରେ ମହାପ୍ରଭୁ ରାତ୍ର ପହୁଡ ହେବେ। ଦୋଳପୂର୍ଣ୍ଣିମା ତିଥିରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବ। ତାହାକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତି ଏବଂ ବେଶ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବକଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଶାସକ (ନୀତି) ଡଃ ପ୍ରଦୀପ କୁମାର ଦାଶ, ପ୍ରଶାସକ (ଉନ୍ନୟନ) ବିଶ୍ୱନାଥ ସାହୁ, ପ୍ରଶାସକ (ସୁରକ୍ଷା) ପ୍ରଫୁଲ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦୋଳପୂର୍ଣ୍ଣିମା ଦିନ ଭୋର ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବାକୁ ନିଷ୍ପତ୍ତି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories