www.samajalive.in
Wednesday, December 10, 2025
26.1 C
Bhubaneswar

ପିପିଲିରେ ରକ୍ତଦାନ ଶିବିର

ପିପିଲି : ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ଓ ପିପିଲିର ସଚେତନ ନାଗରିକ ମଞ୍ଚର ମିଳିତ ଉଦ୍ୟମରେ ସ୍ଥାନୀୟ ପୌର ଅତିଥି ଭବନ ଠାରେ ରବିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପିପିଲି ଏନ୍‍ଏସିର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦ୍‍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ, ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଆଡ୍‍ଭୋକେଟ ସୁରେଶ କୁମାର ରଥ, ଅବସରପ୍ରାପ୍ତ ଯନ୍ତ୍ରୀ ରମେଶ ଚନ୍ଦ୍ର ଶତପଥୀ, ଶିକ୍ଷାବିତ୍‍ ମାଧବ ଚନ୍ଦ୍ର ବୈଠାରୁ, ସମାଜସେବୀ ଭଗବାନ ସେଠୀ, ଅଶ୍ୱିନୀ କୁମାର ସେନ, ବିଘ୍ନେଶ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାନର ଉପକାରିତା ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ୧୯୭୯ ମସିହାରୁ ଅଦ୍ୟାବଧି ୧୫୦ଥର ରକ୍ତଦାନ କରିଥିବା ଭୁବନେଶ୍ୱରର ରକ୍ତଦାତା ଗୋପୀମୋହନ ପଟ୍ଟନାୟକଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ଏହି ଶିବିରରେ ଭୁବନେଶ୍ୱର କ୍ୟାପିଟାଲ ହସ୍‍ପିଟାଲ ବ୍ଲଡ୍‍ବ୍ୟାଙ୍କର ଡାକ୍ତର ଶ୍ରୀକାନ୍ତ କୁମାର ଦାଶଙ୍କ ତତ୍ତ୍ବାବଧାନରେ ବ୍ଲକ୍‍ ବ୍ୟାଙ୍କର କର୍ମଚାରୀମାନେ ରକ୍ତଦାତାଙ୍କ ଠାରୁ ୩୬ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଅନୁଷ୍ଠାନର ରମେଶ କୁମାର ରଥ, ସୋମନାଥ ଦାଶ, ପ୍ରଦୀପ ଘଡେଇ, ମାନସ ରଞ୍ଜନ ଦାସ, ସଂଜୀବ କୁମାର ସେଠୀ, ନୃସିଂହ ପରିଡା, ଅଭିଜିତ ବେହେରା, ସୁଜିତ ବାରିକ, ସ୍କୃତିରଞ୍ଜନ ନାୟକ, ରବିରଞ୍ଜନ ଦାସ, କୃତୀଦୀପ୍ତ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories