ଆସନ୍ତାକାଲି ଭାରତ ଓ ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦

ନୂଆଦିଲ୍ଲୀ : ଆସନ୍ତାକାଲି ରବିବାର ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯିବ। ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ଦଳ ତିନିମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ। ଟ୍ବେଣ୍ଟି-୨୦ରେ ଭାରତ ପକ୍ଷରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯିବା କାରଣରୁ ତାଙ୍କ ବଦଳରେ ହିଟମ୍ୟାନ୍ ରୋହିତ ଶର୍ମା ଅଧିନାୟକ ଭାର ସମ୍ଭାଳିବେ।
ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିବା କେରଳ ୱିକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ଟ୍ବେଣ୍ଟି-୨୦ ଦଳରେ ସ୍ଥାନ ମିଳିଛି। ସେ ପ୍ରାୟ ୪ ବର୍ଷ ପରେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ମୁମ୍ବଇ ଅଲରାଉଣ୍ଡର ଶିବମ ଦୁବେଙ୍କୁ ନୂଆ ମୁହଁ ଭାବେ ଟ୍ବେଣ୍ଟି-୨୦ ଦଳରେ ସାମିଲ୍ କରାଯାଇଛି।

Comments are closed.