www.samajalive.in
Sunday, December 7, 2025
14.1 C
Bhubaneswar

ରଜନୀକାନ୍ତଙ୍କୁ ‘ଇଫି’ ପକ୍ଷରୁ ସ୍ପେଶାଲ୍‍ ଆଇକନ୍‍ ପୁରସ୍କାର

ନୂଆଦିଲ୍ଲୀ : ପ୍ରଖ୍ୟାତ ଅଭିନେତା ରଜନୀକାନ୍ତଙ୍କୁ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ(ଇଫି)ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ସ୍ପେଶାଲ୍‍ ଆଇକନ୍‍ ପୁରସ୍କାରରେ ସମ୍ମାନିତ କରାଯିବ। ଚଳିତ ମାସରେ ଗୋଆରେ ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେବ। ଶନିବାର ନୂଆଦିଲ୍ଲୀରେ ଏ ବିଷୟ ଘୋଷଣା କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି, ଗତ ଅନେକ ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ପ୍ରତି ରଜନୀକାନ୍ତଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଫରାସୀ ଅଭିନେତ୍ରୀ ଇଷାବେଲ୍‍ ହୁପର୍ଟଙ୍କୁ ଲାଇଫ୍‍ ଟାଇମ୍‍ ଆଜିଭ୍‍ମେଣ୍ଟ ପୁରସ୍କାର ପ୍ରଦାନ କରାଯିବ।

ଗୋଆରେ ୫୦ତମ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ସମୟରେ ମହିଳାମାନଙ୍କ ଦ୍ୱାରା ନିର୍ଦ୍ଦେଶିତ ୫୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।
ଶ୍ରୀ ଜାବ୍‍ଡେକର କହିଛନ୍ତି, ୨୦୦ଟି ବିଦେଶୀ ଚଳଚ୍ଚିତ୍ର ମଧ୍ୟରୁ ୨୪ଟି ଚଳଚ୍ଚିତ୍ର ଓସ୍କାର ପାଇଁ ମନୋନୀତ ହେବା ଶ୍ରେଣୀରେ ରହିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories