www.samajalive.in
Saturday, December 13, 2025
21.1 C
Bhubaneswar

ଜିଓଫୋନ ଦୀପାବଳି ଅଫର : ନଭେମ୍ବର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

ଭୁବନେଶ୍ୱର: ଗ୍ରାମାଚଂଳରେ ପ୍ରବଳ ଚାହିଦା ଓ ଜିଓଫୋନ ଦୀପାବଳି ଅଫରରେ ମାତ୍ର ୬୯୯ ଟଙ୍କାରେ ଏହାର ଅତି ସୁଲଭ ତଥା ସୁବିଧା ସୁଯୋଗରେ ପରିପୂର୍ଣ୍ଣ ଜିଓଫୋନର ରେକର୍ଡ ବିକ୍ରିକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ଏହି ସ୍ୱତନ୍ତ୍ର ଉତ୍ସବ ଅଫରର ଅବଧି (ସମୟ)କୁ ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ଜିଓଫୋନର ଦଶହରାରୁ ଦୀପାବଳି ଅଫର ଦେଶର ଗ୍ରାମାଚଂଳ ଓ ଦୁର୍ଗମ ଅଂଚଳର ନିୟୁତାଧିକ ୨ଜି ଗ୍ରାହକଙ୍କୁ ଏକ ଡିଜିଟାଲ ଜୀବନକୁ ଗ୍ରହଣ କରିବା ଏବଂ ଏହି ଉତ୍ସବ ଅବସରରେ ଡିଜିଟାଲ ସମୃଦ୍ଧି ହାସଲ କରିବାରେ ସହାୟକ ହୋଇଛି। ଜିଓଫୋନ ଦୀପାବଳି ଅଫରରେ ବିଗତ ତିନି ସପ୍ତାହ ଭିତରେ ଜିଓଫୋନର ରେକର୍ଡ ବିକ୍ରି ହୋଇଛି। ସେଥିପାଇଁ ଜିଓ ତରଫରୁ ଏହି ଅଫରକୁ ଆଉ ଅଧିକ ଏକ ମାସ ଅର୍ଥାତ ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତି ନିଆଯାଇଛି। ଏହି ସଂପ୍ରସାରଣ ଜରିଆରେ ଜିଓ ଆଶା କରୁଛି ଯେ ଅନେକ ୨ଜି ଫିଚର ଫୋନ୍‍ ଗ୍ରାହକ ଜିଓଫୋନ୍‍ ପ୍ଲାଟଫର୍ମକୁ ଆସିପାରିବେ ଏବଂ ଏହା ଏକକ ସର୍ବବୃହତ ୪ଜି ଡିଭାଇସ ପ୍ଲାଟଫର୍ମର ମାନ୍ୟତା ଜାରି ରଖିବ।

ଜିଓଫୋନ ଦୀପାବଳି ଅଫର ଜରିଆରେ ଦେଶର ଗ୍ରାମାଂଚଳ ଏବଂ ଆଭ୍ୟନ୍ତରୀଣ ତଥା ଦୁର୍ଗମ ଅଂଚଳରେ ବସବାସ କରୁଥିବା ନିୟୁତାଧିକ ଲୋକ ସୁଲଭ ଟେଲିଫୋନ ସଂଯୋଗ ହାସଲ କରି ଅତ୍ୟନ୍ତ ଉଲ୍ଲସିତ ହୋଇଛନ୍ତି ଯାହା ଏହି ଅଫରକୁ ବ୍ୟାପକ ଭାବରେ ସଫଳ କରିପାରିଛି କାରଣ ସେମାନେ ୪ଜି ଡିଜିଟାଲ ସେବାରେ ଯୋଗ ଦେଇ ଭିଡିଓ କଲିଂ, ଲାଇଭ ମ୍ୟୁଜିକ, ଟିଭି ଏବଂ ମନୋରଂଜନ ଆଦି ବହୁତ କିଛି ସେବାକୁ ଫୋନରେ ଉପଭୋଗ କରିପାରୁଛନ୍ତି। ଜିଓଫୋନର ପ୍ରବଳ ଲୋକପ୍ରିୟତାକୁ ବଳରେ ଜିଓ ପ୍ରତି ମାସରେ ଗ୍ରାମାଚଂଳରେ ନିୟୁତାଧିକ ଗ୍ରାମୀଣ ଗ୍ରାହକଙ୍କୁ ସାମିଲ ଜାରି ରଖିଥବା ବେଳେ ଗ୍ରାହକଙ୍କୁ ସୁଲଭ ସେବା ପ୍ରଦାନ କରିପାରୁନଥିବାରୁ ଅନ୍ୟ ଅପରେଟରମାନେ ନିୟୁତାଧିକ ଗ୍ରାହକ ହରାଉଛନ୍ତି। ଓଡ଼ିଶାର କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାର ଦୁର୍ଗମ ଆଦିବାସୀ ଅଂଚଳ ହେଉ କିମ୍ବା ମଧ୍ୟ ପ୍ରଦେଶ, ଛତିଶଗଡ଼ କିମ୍ବା ଝାଡ଼ଖଣ୍ଡର ଅତ୍ୟନ୍ତ ଗ୍ରାମୀଣ ଏବଂ ପାହାଡ଼ିଆ ଅଂଚଳରେ ଜିଓଫୋନର ପ୍ରବଳ ଚାହିଦା ଓ ରେକର୍ଡ ବିକ୍ରି ଦେଖିବାକୁ ମିଳିଛି। ଏହା ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଓଫୋନ ଦୀପାବଳି ଅଫର ଗ୍ରାହକମାନଙ୍କୁ ଲୋକପ୍ରିୟ ତଥା ବ୍ୟାପକ ସୁବିଧା ସୁଯୋଗରେ ପରିପୂର୍ଣ୍ଣ ଜିଓଫୋନକୁ ୬୯୯ ଟଙ୍କା ଭଳି ସ୍ୱଳ୍ପ ମୂଲ୍ୟରେ ପ୍ରଦାନ କରୁଛି ଯାହା ଦ୍ୱାରା ସେମାନେ ଏହି ସ୍ୱତନ୍ତ୍ର ଉତ୍ସବ ଅଫର ଅବଧିରେ ସିଧାସଳଖ ୮୦୦ ଟଙ୍କାର ସଂଚୟ କରୁଛନ୍ତି। ଏହି ଅଫର ଅତିରିକ୍ତ ୭୦୦ ଟଙ୍କାର ଡାଟା ସୁବିଧା ପ୍ରଦାନ କରୁଛି ଫଳରେ ଜିଓଫୋନ ଗ୍ରାହକମାନେ ମନୋରଂଜନ, ପେମେଂଟ, ଇ-କମର୍ସ, ଶିକ୍ଷା, ଶିକ୍ଷଣୀୟ, ଟ୍ରେନ ଓ ବସ ବୁକିଙ୍ଗ ଏବଂ ଆହୁରି ବହୁତ କିଛିର ଏକ ଅଦେଖା ଦୁନିଆରେ ପ୍ରବେଶ କରିପାରୁଛନ୍ତି। ଗ୍ରାହକମାନେ କରୁଥିବା ପ୍ରଥମ ୭ଟି ରିଚାର୍ଜ (୯୯ ଟଙ୍କା ଲେଖାଏଁ ସାତ ଥର) ଉପରେ ଏହି ଅତିରିକ୍ତ ଡାଟା ପ୍ରଦାନ କରାଯାଉଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories