www.samajalive.in
Thursday, December 11, 2025
13.1 C
Bhubaneswar

ଆନ୍ଦୋଳନ ସ୍ଥଗିତ – ୪ରୁ କାର୍ଯ୍ୟରେ ଯୋଗ ଦେବେ ହାଇକୋର୍ଟ ଆଇନଜୀବୀ

ଭୁବନେଶ୍ୱର: ଦୀର୍ଘ ଦିନର ଆନ୍ଦୋଳନ ପରେ ଆଜି (ଶୁକ୍ରବାର) ଓଡିଶା ହାଇକୋର୍ଟର ଓକିଲମାନେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ଆସନ୍ତା ୪ରୁ କାର୍ଯ୍ୟରେ ଯୋଗ ଦେବା ପାଇଁ ଓକିଲ ପକ୍ଷରୁ ସଂଘ ନିଷ୍ପତ୍ତି ହୋଇଛି। ଏନେଇ ହାଇକୋର୍ଟ ବାର୍ ଆସୋସିଏସନ୍‌ ସଭାପତି ଗୋପାଳକୃଷ୍ଣ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କଲେଜିୟମ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ରାଜ୍ୟ ହାଇକୋର୍ଟର ଓକିଲମାନେ ଆନ୍ଦୋଳନ କରୁଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହା ସମ୍ବିଧାନର ବିରୁଦ୍ଧାଚରଣ କରୁଥିବା ଦର୍ଶାଇଥିଲେ ଏବଂ ଆବଶ୍ୟକ ପଡିଲେ କୋର୍ଟ ଚଳାଇବା ପାଇଁ ପାରା ମିଲିଟାରୀ ସହାୟତା ନିଆଯିବ ବୋଲି କହିଥିଲେ। ପରେ ସୁପ୍ରିମକୋର୍ଟ ଭାରତୀୟ ବାର କାଉନସିଲକୁ ହସ୍ତକ୍ଷେପ ପାଇଁ ନିର୍ଦ୍ଦେଶ ଦେବା ପରେ ହାଇକୋର୍ଟ ବାର କାଉନସିଲ ଉପରେ ଚାପ ବଢିଥିଲା।

ଆଜି ଏ ନେଇ ବାର କାଉନସିଲର ଏକ ଜରୁରୀକାଳୀନ ବୈଠକରେ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆସୋସିଏସନ୍‌ ସଭାପତି ଗୋପାଳକୃଷ୍ଣ ମହାନ୍ତି ପ୍ରେସ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ଯେ, ଭାରତୀୟ ବାର କାଉନସିଲର ଅନୁରୋଧ ଓ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।

- Advertisement -

ସେ ଆହୁରି କହିଛନ୍ତି ଯେ, ଆମେ କାର୍ଯ୍ୟରେ ଯୋଗ ଦେଲେ ମଧ୍ୟ ଦାବିରେ ଅଟଳ ରହିଛୁ। କଲେଜିୟମ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଆମ ଦାବି ଜାରି ରହିବ। ଦାବି ପୂରଣ ପାଇଁ ଆମେ ଅନ୍ୟ ପନ୍ଥା ଗ୍ରହଣ କରିବୁ। ଏଥିପାଇଁ ଆମେ ଅନ୍ୟ ହାଇକୋର୍ଟ ବାର୍‌ର ସମର୍ଥନ ଲୋଡିବୁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories