www.samajalive.in
Thursday, December 11, 2025
13.1 C
Bhubaneswar

ଭାରତୀୟ ହକିର ମିଶନ୍ ଟୋକିଓରେ : ଆକର୍ଷଣରେ ରହିବେ ୫ ଓଡ଼ିଆ ଖେଳାଳି

ଭୁବନେଶ୍ବର :  ମହିଳା ହକି ଦଳ ପ୍ରଥମ ଥର କଳିଙ୍ଗ ଷ୍ଟାଡ଼ିୟମରେ ଖେଳିବାକୁ ଥିବା ବେଳେ ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ ଓ ନମିତା ଟପ୍ପୋ ସ୍ଥାନ ପାଇଛନ୍ତି । ୩ ଖେଳାଳି ଘରୋଇ ଦର୍ଶକଙ୍କ ସମର୍ଥନ ଓ ପଡ଼ିଆରେ ଖେଳିବା ନେଇ ଉତ୍ସାହିତ ଅଛନ୍ତି। ଭାରତୀୟ ମହିଳା ଦଳ ଲଗାତାର ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍‌ସ ଯୋଗ୍ୟତା ହାସଲ କରିବା ନେଇ ଲକ୍ଷ୍ୟ ରଖିଥିବା ବେଳେ ଦୀପ୍‌ ଗ୍ରେସ୍‌, ଲିଲିମା ଓ ନମିତାଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇବାକୁ ପଡ଼ିବ। ଅନ୍ୟପକ୍ଷରେ ପୁରୁଷ ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା କଳିଙ୍ଗ ଷ୍ଟାଡ଼ିୟମରେ ନିଜର ଶ୍ରେଷ୍ଠ ଖେଳ ଦେଖାଇବାକୁ ନେଇ ପୂରା ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ କଳିଙ୍ଗ ଷ୍ଟାଡ଼ିୟମ ଆଉ ଏକ ଇତିହାସ ସହିତ ଯୋଡ଼ିହେବାକୁ ଯାଉଛି ଆଉଏକ ନାଁ। ଚମ୍ପିଆନ୍‌ସ ଟ୍ରଫି, ହକି ଇଣ୍ଡିଆ ଲିଗ୍‌, ବିଶ୍ବ ହକି ଲିଗ୍‌ ଫାଇନାଲସ୍‌, ହକି ବିଶ୍ବକପ, ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲସ୍‌ ଭଳି ୧୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିବା କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ଥର ପାଇଁ ମହିଳା ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଶୁକ୍ରବାର ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ସ ଯୋଗ୍ୟତା ହକି ମ୍ୟାଚର ମହିଳା ବିଭାଗର ପ୍ରଥମ ମ୍ୟାଚ ଘରୋଇ ଭାରତ ଆମେରିକା ସହିତ ଖେଳିବ। ଉକ୍ତ ମ୍ୟାଚ ହେବ କଳିଙ୍ଗ ଷ୍ଟାଡ଼ିୟମ​ରେ ପ୍ରଥମ ମହିଳା ଅନ୍ତର୍ଜାତୀୟ ମ୍ୟାଚ୍‌। ଏଥିପାଇଁ ଓଡ଼ିଶା ହକିପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ସୃଷ୍ଟି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories