www.samajalive.in
Friday, December 12, 2025
17.1 C
Bhubaneswar

ଅଧିକାରୀଙ୍କୁ ତାଲା ପକାଇଲେ ସେବକ

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ବରିଷ୍ଠ ଓଏଏସ ଅଧିକାରୀଙ୍କ ନିଯୁକ୍ତି ଦାବିରେ ବୁଧବାର ଶ୍ରୀଜୀଉଙ୍କ ଦୁଇ ପ୍ରମୁଖ ସେବାୟତ ନିଯୋଗର ସମ୍ପାଦକ ଏବଂ କିଛି ସମର୍ଥକ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଲା ପକାଇ ଦେବା ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।  କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କାର୍ଯ୍ୟାଳୟରେ ଥିବା ସମୟରେ ସେବାୟତମାନେ ତାଙ୍କୁ ବାହାର ପଟୁ ତାଲା ପକାଇ ଦେଇଥିଲେ। ପ୍ରାୟ ୨ଘଣ୍ଟା ଧରି ଶ୍ରୀ ସାହୁ ବନ୍ଦ ଘରେ ଅଟକି ରହିଥିଲେ। ‌ଉତ୍ତ୍ୟକ୍ତ ସେବାୟତମାନେ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେବା ସହ କାର୍ଯ୍ୟାଳୟର କବାଟ, ଝରକା ଏପରିକି ତାଙ୍କ ଗାଡ଼ିକୁ ମଧ୍ୟ ବାଡ଼େଇ ଭାଙ୍ଗି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଖବରପାଇ ଶ୍ରୀଲିଙ୍ଗରାଜ ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ସେବାୟତଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବନ୍ଦ ଘରୁ ଉଦ୍ଧାର କରିଥିଲେ। ଶ୍ରୀ ସାହୁ ତାଙ୍କ କୋଠରିରୁ ବାହାରିବା ମାତ୍ରେ ସେବାୟତମାନେ ପୁଣି ତାଙ୍କ ପ୍ରକୋଷ୍ଠରେ ତାଲା ପକାଇଦେଇଥିବା ଖବର ମିଳିଛି।କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାହୁଙ୍କ ଏତଲାକୁ ଭିତ୍ତି କରି ପୁଲିସ ଦୁଇ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ସଚ୍ଚିକାନ୍ତ ପୂଜାପଣ୍ଡାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଏତେ ବଡ଼ ଘଟଣା ସତ୍ତ୍ବେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଅତିରିକ୍ତ ଜିଲାପାଳ ଅରୁଣ ବେହେରା ଘଟଣାସ୍ଥଳକୁ ନଆସିବା ସାଧାରଣରେ ଆଲୋଚ୍ୟ ବିଷୟ ହୋଇଛି। ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ଏଭଳି ଘଟଣାକୁ ନିନ୍ଦା କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି। ସେହିପରି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି, ଲିଙ୍ଗରାଜ ମନ୍ଦିର ପରିଚାଳନା କରିବା ଲାଗି ସରକାର ଓଏଏସଙ୍କ ବଦଳରେ ଓଆରଏସ ଅଧିକାରୀଙ୍କୁ ନିଯୁକ୍ତି କରାଯିବା ପରଠାରୁ ଶ୍ରୀଜୀଉଙ୍କ ଯାନିଯାତ୍ରା ଓ ସେବାପୂଜା ଆଦିରେ ବିଶୃଙ୍ଖଳା ଦେଖାଦେଉଛି। ଏନେଇ ସରକାରଙ୍କୁ ବାରମ୍ବାର ଅବଗତ କରିଆସୁଛୁ। ତଥାପି କୌଣସି ପଦକ୍ଷେପ ନିଆ ଯାଉନାହିଁ। ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ ପୁଲିସ ନିକଟରେ କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ସେମାନେ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories