www.samajalive.in
Monday, December 8, 2025
13.1 C
Bhubaneswar

ଗଣମାଧ୍ୟମରେ ସରକାରୀ ବିରୋଧୀ ମନ୍ତବ୍ୟ ଦେବାକୁ ବାବୁଙ୍କୁ ମନା

ଭୁବନେଶ୍ଵର: ଏଣିକି ସରକାରୀ ବାବୁମାନେ ସରକାରଙ୍କ ବିରୁଦ୍ଧରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ। ରାଜ୍ୟ ସରକାର ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଓଡିଶା ସରକାରୀ କର୍ମଚାରୀ ଆଚାର ସଂହିତା ୧୯୫୯ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା, ସରକାରୀ ବିରୋଧୀ ମନ୍ତବ୍ୟ ଦେବା କିମ୍ବା କେନ୍ଦ୍ର ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କଲା ଭଳି ତଥା ବୈଦେଶିକ ସମ୍ପର୍କ କ୍ଷୁର୍ଣ୍ଣ ହେଲା ଭଳି କୌଣସି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ବାରଣ କରାଯାଇଛି। ଏହା ସହ ଗଣମାଧ୍ୟମରେ ସରକାରୀ କର୍ମଚାରୀ ପ୍ରତିକ୍ରିୟା ଦେବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ତାଗିଦ୍‌ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସମସ୍ତ ବିଭାଗର ପ୍ରମୁଖଙ୍କ ସମେତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତାଗିଦ୍ କରାଯାଇଛି। ଏହାର ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସୂଚନା ଦେଇଛନ୍ତି।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories