www.samajalive.in
Monday, December 8, 2025
24.1 C
Bhubaneswar

ପାପ ସମ୍ପର୍କର କରୁଣ ପରିଣତିି – ଲୋକଲଜ୍ୟା ସହି ନପାରି ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ଥାନା ଅନ୍ତର୍ଗତ ଗୌଡ଼କଙ୍କଡ଼ା ପୁଟ ଗ୍ରାମରେ ସମ୍ପର୍କକୁ କଳୁଷିତ କରିଥିବା ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ଲୋକଲଜ୍ୟା ସହି ନପାରି ସମ୍ପର୍କରେ ଦାଦା ଝିଆରି କିଟ ନାଷକ ଖାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଆତ୍ମହତ୍ୟା କରିଥିବା ଝିଅକୁ ୧୫ ବର୍ଷ ଓ ପୁଅକୁ ୧୪ ବର୍ଷ। ଉଭୟ ସମ୍ପର୍କରେ ଦାଦା ଝିଆରି। ପୁଅର ନାମ କିଶୋର ନାୟକ ଓ ଝିଅର ନାମ ଟୁକ ଗୌଡ଼। କିଶୋର ଅଷ୍ଟମ ଶ୍ରେଣୀର ଛାତ୍ର ଭାବରେ ଲିଟି ଗୁଡ଼ା ସ୍କୁଲରେ ପଢ଼ୁଥିଲାଏବଂ କମ ବୟସରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପନ୍ଦର ଦିନ ପୂର୍ବରୁ ଉଭୟ ଘର ଛାଡି ପଳାଇଥିଲେ ଓ ସେମାନଙ୍କୁ ଠାବ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।

ବୁଧବାର ସକାଳେ ଗ୍ରାମର ଲୋକ ମାନେ ଗାଇ ଚରାଇବାକୁ ଯାଇଥିବା ବେଳେ ଗ୍ରାମ ଠାରୁ ପ୍ରାୟ ଅଧା କିଲୋ ମିଟର ଦୂର ଏକ ଆମ୍ଭ ଗଛ ନିକଟରେ ଦୁଇଟି ଯାକ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ କାକିରିଗୁମା ଥାନା ଅଧିକାରୀ ଧିରେନ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସେଠାରେ କୀଟ ନାଶକ ଔଷଧ ବୋତଲ ପଡ଼ିଥିବାରୁ ଉଭୟ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏନେଇ ଏକ ଅପମୃତ୍ୟୁ ମାମଲା ୭/୧୯ ରୁଜ୍ଜୁ କରାଯିବା ସହିତ ଲକ୍ଷ୍ମୀପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଦେହ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories