www.samajalive.in
Monday, December 8, 2025
27.1 C
Bhubaneswar

ଦାଉ ସାଧିଲା ଜ୍ବାଇଁ , ଶଶୁର ଘରେ ଲଗାଇ ଦେଲା ନିଆଁ

ଖୁଣ୍ଟା: ଖୁଣ୍ଟା ଥାନା ଅନ୍ତର୍ଗତ ଗିରିଶଚନ୍ଦ୍ରପୁର ଗ୍ରାମରେ ଜନୈକ ବିଧବା ମହିଳାଙ୍କ ଘରକୁ ତାଙ୍କର ଜ୍ୱାଇଁ ପୋଡିଦେଇଥିବା ନେଇ ବୁଧବାର ସନ୍ଧ୍ୟାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜ୍ୱାଇଁ ହେଉଛି ଉଦଳା ଥାନା ଅନ୍ତର୍ଗତ ପିଣ୍ଡରଗଡିଆର କାଳିଚରଣ ମୁର୍ମୁ। ଅଭିଯୋଗ ଅନୁସାରେ ଗିରିଶ୍ଚନ୍ଦ୍ରପୁର ଗ୍ରାମର ସିନଗ ସୋରେନଙ୍କ ଝିଅ ଓ ଜ୍ୱାଇଁ କାଳିଚରଣ ମଧ୍ୟରେ ବିବାଦ ଉପୁଜିବାରୁ କାଲିଚରଣର ପତ୍ନୀ କିଛି ଦିନ ହେବ ନିଜ ପିଲା ମାନଙ୍କ ସହିତ ମାଆ ପାଖରେ ରହୁଥିଲେ। ଗତ ମଙ୍ଗଳବାର ଦିନ କାଳିଚରଣ ଶାଶୂଙ୍କ ଘରେ ପହଞ୍ଚି ଶାଶୂ ସିନଗ ଓ ପତ୍ନୀଙ୍କୁ ବିଭିନ୍ନ ପ୍ରକାର ଧମକ ଦେବାରୁ ରାତିରେ ସିନଗ ତାଙ୍କ ଝିଅ ଓ ନାତି ନାତୁଣୀଙ୍କୁ ନେଇ ଗ୍ରାମର ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଥିଲେ। ବିଳମ୍ବିତ ରାତିରେ ସିନଗଙ୍କ ଘରେ ନିଆଁ ଲାଗିଥିବା ଜଣା ପଡିବା ପରେ ଖୁଣ୍ଟା ଦମକଳ ବାହିନୀର ସହାୟତା ନିଆ ଲିଭାଯାଇଥିଲେ ମଧ୍ୟ ସମସ୍ତ ଆସବାବ ପତ୍ର ଜଳିଯାଇଥିଲା। ଜ୍ୱାଇଁ କାଳିଚରଣ ତାଙ୍କର ଘରକୁ ପୋଡିଦେଇଥିବା ସିନଗଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories