www.samajalive.in
Wednesday, December 10, 2025
26.1 C
Bhubaneswar

ବିଶ୍ବ ଷ୍ଟ୍ରୋକ୍ ଦିବସ ୨୦୧୯: ଷ୍ଟ୍ରୋକ୍‌ର ଲକ୍ଷଣ ଓ ଏହାର ପ୍ରତିକାର

ଅକ୍ଟୋବର ୨୯ ଅର୍ଥାତ୍ ଆଜି ହେଉଛି ବିଶ୍ବ ଷ୍ଟ୍ରୋକ୍ ଦିବସ। ଏହି ଦିନର ଉଦେଶ୍ୟ ହେଉଛି ଷ୍ଟ୍ରୋକ୍‌ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବା। ଯାହା ଫଳରେ ଲୋକେ ଏହି ରୋଗର ଲକ୍ଷଣ ବିଷୟରେ ଜାଣିପାରିବେ ଏବଂ ସମୟ ଥାଉ ଏହାର ଚିକିତ୍ସା କରିପାରିବେ।

ଷ୍ଟ୍ରୋକ୍ ଏଭଳି ଏକ ରୋଗ ଯାହା ହେବା ଦ୍ବାରା ଶରୀରର ଅଙ୍ଗ କାମ କରିବା ବନ୍ଦ କରି ଦିଏ। ହାତ-ଗୋଡ ନିସ୍ତେଜ ହୋଇଯାଏ ଏବଂ ପାଟି ଖନି ମାରିଯାଏ। କେତେକ କ୍ଷେତ୍ରରେ ବ୍ୟକ୍ତି କଥା କହିପାରୁନଥିବା ଦେଖିବାକୁ ମିଳେ। ଯଦି ସମୟ ଥିବା ପୂର୍ବରୁ ଏହି ରୋଗର ଚିକିତ୍ସା କରାନଯାଏ, ତେବେ ତାହା ମୃତ୍ୟୁର କାରଣ ହୋଇପାରେ।

- Advertisement -

ଷ୍ଟ୍ରୋକ୍ କ’ଣ ?
ଷ୍ଟ୍ରୋକ୍ ଶରୀରର କୌଣସି ଅଙ୍ଗରେ ହୋଇପାରେ। କିନ୍ତୁ ଷ୍ଟ୍ରୋକକୁ ମୁଖ୍ୟତଃ ହୃଦୟ ଓ ମସ୍ତିଷ୍କରେ ଷ୍ଟ୍ରୋକ୍‌ ହୋଇଥାଏ। ମସ୍ତିଷ୍କରେ ହେଉଥିବା ଷ୍ଟ୍ରୋକ୍‌କୁ ବ୍ରେନ୍ ଷ୍ଟ୍ରୋକ୍ କୁହାଯାଏ। ଏଭଳି ପରିସ୍ଥିତିରେ ମସ୍ତିଷ୍କକୁ ରକ୍ତ ପହଞ୍ଚିବାରେ ସମସ୍ୟା ଦେଖା ଦେଇଥାଏ। ଯାହା ଦ୍ବାରା ମସ୍ତିଷ୍କର କୋଷିକା ନଷ୍ଟ ହୋଇ ଯାଇଥାଏ। ଷ୍ଟ୍ରୋକ୍ ସମୟରେ ଶରୀରର କୌଣସି ଅଙ୍ଗ କାମ କରିନଥାଏ। ଯଦି ଆପଣ ନିଜ ମଧ୍ୟରେ ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଚିନି ଓ ଲୁଣର ଅତ୍ୟାଧିକ ସେବନ ଷ୍ଟ୍ରୋକ୍‌ର କାରଣ
ମଧୁମେହ, କଲେଷ୍ଟେରୋଲ, ଉଚ୍ଚ ରକ୍ତଚାପ ଏବଂ ମେଦବହୁଳତା ରୋଗୀଙ୍କୁ ଷ୍ଟ୍ରୋକ୍ ହେବାର ଅଧିକ ସମ୍ଭାବନା ରହଥାଏ। ଯଦି ଏହି ରୋଗୀ ଚିନି, ଲୁଣ ଏବଂ ତେଲଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତି ତେବେ ଏମାନଙ୍କୁ କେବଳ ହୃଦଘାତଜନିତ ସମସ୍ୟା ନୁହେଁ, ବରଂ ଷ୍ଟ୍ରୋକ୍ ହେବାର ଆଶଙ୍କା ଅଧିକ ଥାଏ। ଷ୍ଟ୍ରୋକ୍ ସମସ୍ତଙ୍କୁ ହୋଇପାରେ କିନ୍ତୁ ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳେ।

ଏହା ସହ ଗାଧୋଇବା ସମୟରେ ମଧ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ୍। ଗାଧୋଇବା ବେଳେ ହଠାତ୍ ମୁଣ୍ଡରେ ପାଣି ଢାଳିବା ଉଚିତ୍‌ ନୁହେଁ। ଏହା ଦ୍ବାରା ଷ୍ଟ୍ରୋକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। କାରଣ ଶରୀରରେ ଉପରୁ ତଳକୁ ରକ୍ତ ପ୍ରଭାବିତ ହୋଇଥାଏ। ଯଦି ଆପଣ ସିଧାସଳଖ ମୁଣ୍ଡରେ ପାଣି ଢାଳୁଛନ୍ତି, ତେବେ ଏହା ଦ୍ବାରା ମସ୍ତିଷ୍କରେ ଥିବା ଶିରା ପ୍ରଶିରା ସଙ୍କୁଚିତ ହେବାର ସମ୍ଭାବନା ଥାଏ। ଫଳରେ ରକ୍ତ ସଂଚାଳନ ପ୍ରଭାବିତ ହୋଇଥାଏ। ଯାହା ଦ୍ବାରା ହୃଦଘାତ୍ ଏବଂ ବ୍ରେନ୍ ଷ୍ଟ୍ରୋକ୍ ହେବାର ଆଶଙ୍କା ଥାଏ।

ଏହାର ପ୍ରତିକାର
ନିୟମିତ ଭାବରେ ପାଣି ବା ତରଳ ପଦାର୍ଥ ଅଧିକ ମାତ୍ରାରେ ସେବନ କରନ୍ତୁ। ଭୋଜନରେ ଲୁଣ ଓ ଚର୍ବି ଜାତୀୟ ଖାଦ୍ୟ କମ୍‌ ମାତ୍ରାରେ ଗ୍ରହଣ କରନ୍ତୁ। ଭିଟାମିନ୍ ଇ, ସି ଏବଂ ଏ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଏଭଳି ପରିସ୍ଥିତିରେ ଅଦା ସେବନ କରିବା ଲାଭଦାୟକ ହୋଇଥାଏ। କାରଣ ଅଦା ରକ୍ତକୁ ପତଳା କରିବାରେ ସାହାଯ୍ୟ କରେ। ସବୁଜ ପନିପରିବା ଖାଆନ୍ତୁ ଏବଂ ନିୟମିତ ବ୍ୟବଧାନରେ ରକ୍ତଚାପର ପରୀକ୍ଷା କରାନ୍ତୁ। କାରଣ ଷ୍ଟ୍ରୋକ୍‌ର ମୁଖ୍ୟ କାରଣ ହେଉଛି ରକ୍ତଚାପ। ମଦ ଓ ଧୁମ୍ରପାନରୁ ନିବୃତ୍ତ ରୁହନ୍ତୁ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories