www.samajalive.in
Wednesday, December 10, 2025
26.1 C
Bhubaneswar

ଫିଲିପାଇନ୍ସର ଦକ୍ଷିଣାଞ୍ଚଳରେ ୬.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ : ସୁନାମୀ ବିପଦ ନାହିଁ

ମାନିଲା : ଫିଲିପାଇନ୍ସର ଦକ୍ଷିଣାଞ୍ଚଳରେ ମଙ୍ଗଳବାର ୬.୬ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ପ୍ରଭାବରେ କୋଠାଗୁଡ଼ିକ ଦୋହଲି ଯିବାରୁ ଲୋକମାନେ ଭୟରେ ଘରୁ ଓ ଅଫିସ ଭିତରୁ ବାହାରକୁ ପଳାଇ ଯାଇଥିଲେ।
ଆମେରିକାର ଭୌଗୋଳିକ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି ସ୍ବଳ୍ପ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ମିଣ୍ଡାନାଓ ଦୀପରେ ଅନୁଭୂତ ହୋଇଛି। ଏହିମାସ ଆରମ୍ଭରୁ ସେଠାରେ ଏକ ଭୟଙ୍କର ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ତେବେ ଏହି ଭୂମିକମ୍ପର ପ୍ରଭାବରେ ସୁନାମୀ ବିପଦ ନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଫିଲିପାଇନ୍ସ କର୍ତ୍ତୃପକ୍ଷ ତୁରନ୍ତ କ୍ଷୟକ୍ଷତିର କୌଣସି ରିପୋର୍ଟ ମିଳିନାହିଁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଫିଲିପାଇନ୍ସ ପ୍ରଶାନ୍ତମହାସାଗରୀୟ ଅଞ୍ଚଳର ‘ରିଙ୍ଗ ଅଫ୍ ଫାୟାର’ର ଚାପ ମଧ୍ୟରେ ଆସୁଛି । ଏହି ଚାପ  ଜାପାନ ମଧ୍ୟ ଦେଇ ଦକ୍ଷୀଣ ପୂର୍ବ ଏସିଆ ଏବଂ ପ୍ରଶାନ୍ତମହାସାଗର ଘାଟି ଅଞ୍ଚଳ ଅତିକ୍ରମ କରିଛି ଯାହାଫଳରେ ଏଠାରେ ବାରମ୍ବାର ଭୂମିକମ୍ପ ଜନିତ ଗତିବିଧି ଦେଖିବାକୁ ମିଳିଥାଏ।

- Advertisement -

 

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories