ଭଞ୍ଜନଗର: ତାରାସିଂ ଥାନା କାଳିଆମ୍ବା ଜଙ୍ଗଲରୁ ମଙ୍ଗଳବାର ଏକ ଅଖାରେ ପୂରାଯାଇଥିବା ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ବୁଗୁଡ଼ା ଭଗବାନପୁର ଗ୍ରାମର ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୭ରେ ପାଣିକେଶୀ ଗାଁରେ ମହିଳାଙ୍କ ବିବାହ ହୋଇଥିଲା। ପାରିବାରିକ କଳହରୁ ସ୍ବାମୀ ହତ୍ୟା କରି ଫିଙ୍ଗିଥିବାନେଇ ମହିଳାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି।
- Advertisement -



