www.samajalive.in
Monday, December 8, 2025
13.1 C
Bhubaneswar

ଭାଇ ଦୂଜ ସ୍ପେଶାଲ; ଭାଇର ଦୀର୍ଘାୟୁ ପାଇଁ ଯମରାଜଙ୍କୁ ଏପରି କରନ୍ତୁ ପୂଜାର୍ଚ୍ଚନା

ଦୀପାବଳିର ଦୁଇ ଦିନ ପରେ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଦ୍ବିତିୟା ତିଥିରେ ଭାଇ ଦୂଜ ପର୍ବ ପାଳନ କରାଯାଏ। ଚଳିତ ବର୍ଷ ଅକ୍ଟୋବର ୨୯ ଅର୍ଥାତ୍ ଆଜି ହେଉଛି ଭାଇ ଦୂଜ। ଭାଇ-ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପର୍ବ। ଏହାକୁ ଯମ ଦ୍ବିତୀୟା ବୋଲି ମଧ୍ୟ କୁହାଯାଏ। ମାନ୍ୟତା ରହିଛି ଯେ, ଏହି ଦିନ ଭଉଣୀ ଘରେ ଭାଇ ଭୋଜନ କରିବା ଦ୍ବାରା ଭାଇ ଦୀର୍ଘାୟୁ ହୋଇଥାଏ ।
ଧର୍ମଗ୍ରନ୍ଥ ଅନୁଯାୟୀ, କାର୍ତ୍ତିକ ଶୁକ୍ଳ ଦ୍ବିତୀୟା ଦିନ ଯମୁନା ଭାଇ ଯମରାଜଙ୍କୁ ନିଜ ଘରକୁ ଆମନ୍ତ୍ରିତ କରିଥିଲେ। ଅତିଥି ସତ୍କାର କରିବା ସହ ଯମରାଜଙ୍କୁ ଭୋଜନ କରାଇଥିଲେ। ଏଥିପାଇଁ ଏହି ପର୍ବକୁ ଯମ ଦ୍ବିତୀୟା ବୋଲି କୁହାଯାଏ। ଯମରାଜ ପ୍ରସନ୍ନ ହୋଇ ଏହି ବର ଦେଇଥିଲେ ଯେ ଯେଉଁ ବ୍ୟକ୍ତି ଏହି ଦିନ ଯମୁନା ନଦୀରେ ସ୍ନାନ କରି ଯମ ଦେବତାଙ୍କୁ ପୂଜା କରିବ, ମୃତ୍ୟୁ ପରେ ସେହି ବ୍ୟକ୍ତି ଯମଲୋକ ଯିବ ନାହିଁ।
ଏହି ଦିନ ଭଉଣୀ ନିଜ ଭାଇକୁ ତିଳକ ଲଗାଇଥାନ୍ତି। ଏହା ସହ ଭାଇର ଦୀର୍ଘାୟୁ କମନା କରି ଯବରାଜଙ୍କୁ ପ୍ରାର୍ଥନା କରିଥାନ୍ତି। ସ୍କନ୍ଦ ପୁରାଣ ଉଲ୍ଲେଖ ରହିଛି ଯେ, ଏହି ଦିନ ଯମରାଜଙ୍କୁ ପ୍ରସନ୍ନ କରିବା ଦ୍ବାରା ସବୁ ମନବାଞ୍ଛିତ ଫଳ ମିଳିଥାଏ। ଧନ-ଧ୍ୟାନ୍ୟ, ଯଶ ଏବଂ ଦୀର୍ଘାୟୁ ପ୍ରାପ୍ତି ହୋଇଥାଏ।
ଦୀର୍ଘାୟୁ ପାଇଁ କରନ୍ତୁ ଏହି ଉପାୟ
ପ୍ରଥମେ ଭାଇ- ଭଉଣୀ ମିଶି ଏକତ୍ରିତ ଭାବେ ଯମ, ଚିତ୍ରଗୁପ୍ତ ଏବଂ ଯମଦୂତଙ୍କୁ ପୂଜା କରନ୍ତୁ ଅର୍ଥାତ୍ ଅର୍ଘ୍ୟ ଅର୍ପଣ କରନ୍ତୁ।
ଭାଇର ଆୟୁଶ ବୃଦ୍ଧି ପାଇଁ ଯମ ଦେବତାଙ୍କ ପ୍ରତିମାଙ୍କୁ ପୂଜା କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ।
ମାର୍କଣ୍ଡେୟ, ହନୁମାନ, ବଳି, ପଶୁରାମ, ବ୍ୟାସ, ବିଭୀଷଣ, କୃପାଚାର୍ଯ ତଥା ଅଶ୍ବତ୍ଥାମା ଏହି ୮ଜଣ ଚିରଞ୍ଜୀବୀଙ୍କ ଭଳି ମୋ ଭାଇଙ୍କୁ ମଧ୍ୟ ଚିରଞ୍ଜୀବୀ କରନ୍ତୁ ବୋଲି ଭିକ୍ଷା କାମନା କରନ୍ତୁ।
ଏହା ପରେ ଭଉଣୀ ଭାଇକୁ ଭୋଜନ କରାଇଥାଏ। ଭୋଜନ ପରେ ଭାଇକୁ ତିଳକ ଲଗାଇଥାଏ। ଏହା ପରେ ଭାଇ ନିଜ ସାମର୍ଥ୍ୟ ଅନୁଯାୟୀ ବସ୍ତ୍ର ବା ଆଭୂଷର ଉପହାର ଦେଇଥା’ନ୍ତି।
ଏଭଳି ବିଶ୍ବାସ ରହିଛି ଯେ, ଏହି ଦିନ ଭଉଣୀ ଭାଇକୁ ନିଜ ହାତରେ ଭୋଜନ କରାଇବା ଦ୍ବାରା ଭାଇ ଦୀର୍ଘାୟୁ ହେବା ସହ ଜୀବନର ସବୁ କଷ୍ଟ ଦୂର ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories