କଟକ : ଖୁଣ୍ଟୁଣୀ ରାଧାକିଶୋରପୁର ନିକଟରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ବାଇକରେ ଆସି ଟଙ୍କା ଲୁଟ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଜଣେ ଘରୋଇ କମ୍ପାନୀର କର୍ମଚାରୀଙ୍କ ଠାରୁ ଏହି ଲୁଟ ହୋଇଛି। କର୍ମଚାରୀ ଜଣଙ୍କ ଢେଙ୍କାନାଳ କାଇମାଟିରୁ ଭୁବନେଶ୍ୱର ଆସୁଥିଲେ। ଖବର ପାଇ ଖୁଣ୍ଟୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



