www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ମିତାରାଣୀ ଆତ୍ମହତ୍ୟା ଘଟଣା : ମହିଳା କମିସନଙ୍କ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସୁପାରିସ

ଭୁବନେଶ୍ବର : ଯାଜପୁରର ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟକୁ ନେଇ ଦିନକୁ ଦିନ ଅଡୁଆ ବଢୁଛି। ସୋମବାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମହିଳା କମିସନଙ୍କ କାର୍ଯ୍ୟାଳୟ ସାମ୍‌ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ମହିଳା କମିସନ ଏହି ଘଟଣାର ତଦନ୍ତକୁ ଅତ୍ୟନ୍ତ ଗୁରୁତର ଭାବେ ନେଇଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବା ଲାଗି ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ଲାଗି ପୁଲିସ ମହାନିର୍ଦେଶକଙ୍କୁ ସୁପାରିସ୍‌ କରିଥିବା ମହିଳା କମିସନର ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି। ସେ ଏହି ଘଟଣାର ଅନୁଧ୍ୟାନ କରିବାକୁ ଗତ ୧୯ ତାରିଖ ଥାନା ଏବଂ ଘଟଣାସ୍ଥଳକୁ ଯାଇଥିଲେ। ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରିଥିଲେ। ମୃତା ସ୍ମିତାରାଣୀଙ୍କ ସ୍ବାମୀ ତାଙ୍କୁ କାର୍ଯ୍ୟସ୍ଥଳିରେ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିବା ପରେ ମହିଳା କମିସନର ବରିଷ୍ଠ ସଦସ୍ୟାଙ୍କ ସହିତ ଏକ ଟିମ୍‌ ଯାଇ ବିଡିଓ ଏବଂ ଅତିରିକ୍ତ ତହସିଲ୍‌ଦାରଙ୍କୁ ସାକ୍ଷାତ କରି ପଚରାଉଚରା କରିଥିଲେ। ସ୍ମିତାରାଣୀଙ୍କୁ ମହିଳା କମିସନ ନିଜ ସୀମା ପରିସରରେ ଯଥା ସମ୍ଭବ ଉଦ୍ୟମ କରୁଛନ୍ତି।
ତେବେ ଯାଜପୁର ଏସ୍‌ପି ଏହି ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ସ୍ମିତାରାଣୀଙ୍କ ଚରିତ୍ରକୁ ନେଇ ଯେଉଁ ମନ୍ତବ୍ୟ ଦେଇଥିଲେ, ତାକୁ ନାପସନ୍ଦ କରିବା ସହିତ ଏଭଳି ମନ୍ତବ୍ୟ ଦିଆଯିବା ଆଦୌ ଉଚିତ ନୁହେଁ ବୋଲି ମହିଳା କମିସନ ଶ୍ରୀମତୀ ବେହେରା ଗଣମାଧ୍ୟମକୁ କହିଛନ୍ତି।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories