ପ୍ରାଣକୃଷ୍ଣଙ୍କ ଉଦ୍ଧାରରେ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ: ଓଡ୍ରାଫ ଏବଂ ଅଗ୍ନିଶମ ସେବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ

0

ଭୁବନେଶ୍ୱର  : ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଉଦ୍ୟମ କରି ଓଡ୍ରାଫ ଟିମ ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ପାଇପ ଭିତରେ ଅଟକି ରହିଥିବା ପ୍ରାଣକୃଷ୍ଣ ମୁଦୁଲିଙ୍କୁ ଉଦ୍ଧାର କରିଛନ୍ତି। ଶ୍ରୀ ମୁଦୁଲିଙ୍କ ଉଦ୍ଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶ୍ୱସ୍ତ ହେବା ସହ ଆନନ୍ଦ ବ୍ୟକ୍ତ କରିଛନ୍ତି। ଓଡ୍ରାଫ ଟିମ ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନେ ସାହସ ଓ ଧୈର୍ଯ୍ୟର ସହ ଦୀର୍ଘ ସମୟ ପ୍ରଚେଷ୍ଟା କରି ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply