www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ୱାକ୍ଷରିତ ହେଲା ଐତିହାସିକ କର୍ତ୍ତାରପୁର କରିଡର୍‍ ରାଜିନାମା

କର୍ତ୍ତାରପୁର : ଭାରତ ଓ ପାକିସ୍ତାନ ଗୁରୁବାର କର୍ତ୍ତାରପୁର କରିଡର୍‍ କାର୍ଯ୍ୟକ୍ଷମ ହେବା ସଂକ୍ରାନ୍ତ ଐତିହାସିକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ଦୁଇ ଦେଶ ଭାରତ-ପାକିସ୍ତାନ ସୀମା କର୍ତ୍ତାରପୁର ଜିରୋ ପଏଣ୍ଟରେ ରାଜିନାମାରେ ସ୍ୱାକ୍ଷର କରିଛନ୍ତି । ଏହା ସହିତ ଭାରତର ଶିଖ ଶ୍ରଦ୍ଧାଳୁ ପାକିସ୍ତାନର କର୍ତ୍ତାରପୁର ସ୍ଥିତ ଗୁରୁଦ୍ବାରା ଦରବାର ସାହିବ ଦର୍ଶନ ପାଇଁ ଯାଇପାରିବେ। ଏବେ ଏହି କରିଡର ଖୋଲିବା ପାଇଁ ଥିବା ଆଇନଗତ କଟକଣାର ଅନ୍ତ ଘଟିଛି । ତିନି ପର୍ଯ୍ୟାୟର ଦୀର୍ଘ ଆଲୋଚନା ପରେ ରାଜିନାମାକୁ ଅନ୍ତିମ ରୂପ ଦିଆଯାଇଥିଲା।

ରାଜିନାମା ଅନୁସାରେ ଗୁରୁଦ୍ବାରା ଦରବାର ସାହିବ ଦର୍ଶନ ପାଇଁ ପ୍ରତିଦିନ ଭାରତରୁ ୫୦୦୦ ଶ୍ରଦ୍ଧାଳୁ ବିନା ଭିସାରେ ଯାଇପାରିବେ। ଶ୍ରଦ୍ଧାଳୁମାନେ  ସକାଳୁ ସେଠାକୁ ଯିବେ ଏବଂ ଗୁରୁଦ୍ବାରା ଦରବାର ସାହିବ ଦର୍ଶନ ସାରି ସନ୍ଧ୍ୟା ସୁଦ୍ଧା ଫେରିବେ । ଭାରତର ଆପତ୍ତି ସତ୍ତ୍ବେ ଭାରତରୁ ଯାଉଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୨୦ ଡଲାର(୧୪୨୦ଟଙ୍କ) ସେବା ଶୁଳ୍କ ନେବ। ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ନିଜ ଜୀବନର ଅନ୍ତିମ ୧୮ ବର୍ଷ ଏହିଠାରେ ଅତିବାହିତ କରିଥିଲେ।

- Advertisement -

ଗୁରୁ ନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନଭେମ୍ବର ୯ ତାରିଖରେ ଔପଚାରିକ ଭାବେ ଏହାର ଉଦଘାଟନ କରିବେ।

ପଞ୍ଜାବ୍‍ର ଡେରାବାବା ନାନକ ଗୁରୁଦ୍ୱାର ସହ କର୍ତ୍ତାରପୁର ଗୁରୁଦ୍ୱାରକୁ ଏହି କରିଡର୍‍ ସଂଯୋଗ ସ୍ଥାପନ କରିବ। କର୍ତ୍ତାରପୁର ହେଉଛି ଅନ୍ତର୍ଜାତୀୟ ସୀମାରୁ ମାତ୍ର ୪ କିଲୋମିଟର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories