www.samajalive.in
Thursday, December 11, 2025
18.1 C
Bhubaneswar

ସନି ଦେଓଲଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ବଲିଉଡ଼ରେ ଡାଏଲଗ୍, ଆକ୍ସନ୍‌ ଏବଂ ରୋମାଣ୍ଟିକ୍‌ ଚରିତ୍ର ପାଇଁ ବେଶ୍‌ ପରିଚିତ ନାୟକ ସନି ଦେଓଲ ଶନିବାର ୬୩ବର୍ଷ ବୟସରେ ପଦାର୍ପଣ ଦେଇଛନ୍ତି । ସେ ଏକାଧାରାରେ ଜଣେ ଅଭିନେତା, ନିର୍ଦେଶକ, ପ୍ରଯୋଜକ ଏବଂ ରାଜନେତା ମଧ୍ୟ। ସନିଙ୍କ ପ୍ରକୃତ ନାମ ଅଜୟ ସିଂହ ଦେଓଲ। ମାତ୍ର ପରିବାର ଲୋକେ ତାଙ୍କୁ ସ୍ନେହରେ ସନି ଡାକିଥାନ୍ତି। ଚଳଚ୍ଚିତ୍ର ‘ଦାମିନୀ’ରେ ତାଙ୍କର ‘ଜବ୍‌ ୟେ ଢାଇ କିଲୋ କା ହାତ୍‌ ଉଠ୍‌ତା ହୈ ତୋ ଫିର୍‌ କୋଇ ଔର ଉଠ୍‌ତା ନହିଁ, ଉଠ୍‌ଜାତା ହୈ’ ଡାଏଲଗ୍ ପ୍ରଶଂସକଙ୍କର ପାଖରେ ବେଶ୍ ଆଦୃତ ଲାଭ କରିପାରିଥିଲା।

pic courtesy-The Times of india

ସେ ୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ପୂର୍ବ ପଞ୍ଜାବର ସାହନେବାଲରେ ଜନ୍ମ ଗ୍ରହଣ କରିଥିଲେ। ସନି ବର୍ତ୍ତମାନ ପଞ୍ଜାବର ଗୁରୁଦାସପୁର ଲୋକସଭା ଆସନରୁ ସାଂସଦ ରହିଛନ୍ତି। ସେ ୧୯୮୨ମସିହାରେ ମୁକ୍ତିଲାଭ କରିଥିବା ବେତାବ ହିନ୍ଦୀ ଚଳଚ୍ଚିତ୍ରରୁ ବଲିଉଡ଼ରେ ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ର ପାଇଁ ମଧ୍ୟ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଦୁଇଟି ଫିଲ୍ମଫେୟାର ସମ୍ମାନରେ ସମ୍ମାନିତ କରାଯାଇଥିଲା।

- Advertisement -
pic courtesy-News18.com

ସେ ବଲିଉଡକୁ ଅନେକଗୁଡିଏ ବ୍ଲକବଷ୍ଟର ଚଳଚ୍ଚିତ୍ର ଉପହାର ଦେଇଛନ୍ତି। ତାଙ୍କ ଅଭିନୀତ ବ୍ଲକବଷ୍ଟର ଚଳଚ୍ଚିତ୍ର ମଧ୍ୟରେ ରହିଛି- ବେତାବ(୧୯୮୨), ଜବରଦସ୍ତ(୧୯୮୫), ଅର୍ଜୁନ(୧୯୮୫), ଘାୟଲ(୧୯୯୦), ଗଦାର-ଏକ ପ୍ରେମ କଥା(୨୦୦୧), ଘାତକ(୧୯୯୬) ଭଳି ଅନେକ ଚଳଚ୍ଚିତ୍ର।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories