www.samajalive.in
Sunday, December 7, 2025
16.1 C
Bhubaneswar

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଜିଲାପାଳଙ୍କ ପରିଦର୍ଶନ, ପଚାରି ବୁଝିଲେ ରୋଗୀଙ୍କ ଭଲମନ୍ଦ

ଯାଜପୁର: ସମଗ୍ର ରାଜ୍ୟରେ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେବା ପରେ ଯାଜପୁର ଜିଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି। କିଛି ଦିନ ତଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ୫ଟି ର ଅନୁଧ୍ୟାନକାରୀ ଦଳ ପରିଦର୍ଶନ କରି ଯାଇଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଜିଲାପାଳ ରଞ୍ଜନ କୁମାର ଦାସ ଅଚାନକ ମୁଖ୍ୟ ଚିକିତ୍ସାଳୟର ପରିଦର୍ଶନ ପାଇଁ ପହଞ୍ଚିଥିଲେ। ପ୍ରଥମେ ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ଜିଲାପାଳ ପରିଦର୍ଶନ କରିବା ସହ ରୋଗୀମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଦାୟିତ୍ୱରେ ଥିବା ଚିକିତ୍ସକ, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ତନଖି ଥିଲେ। କିଛି କର୍ମଚାରୀ ଡ଼୍ରେସ କୋଡ ପିନ୍ଧିନଥିବାରୁ ଜିଲାପାଳ ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ପ୍ରତ୍ୟେକ ୱାର୍ଡ଼ରେ ରୋଗୀଙ୍କ ସହ ଆଲୋଚନା କରିବା ସହ ଚିକିତ୍ସା, ଖାଦ୍ୟ ଓ ଔଷଧପତ୍ର ଠିକ ଭାବେ ମିଳୁଛି କି ନାହିଁ ପଚାରି ବୁଝିଥିଲେ। ରୋଗୀଙ୍କ ସୁବିଧା ପାଇଁ ୱାର୍ଡ଼ ଗୁଡ଼ିକରେ ଯେପରି ଅଧିକ ଗହଳି ନହୁଏ ସେଥିପାଇଁ ଜଣେ ରୋଗୀ ପିଛା ଜଣେ ଲେଖାଏଁ ଆଟେଣ୍ଡାଡ୍ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ଏହି ପରିଦର୍ଶନରେ ତାଙ୍କ ସହ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପ -ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ଡ଼େପୁଟି ଜିଲାପାଳ କାଜଲ ପ୍ରଧାନ ଏବଂ ସୂଚନା ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories