www.samajalive.in
Friday, December 12, 2025
23.1 C
Bhubaneswar

କେରଳରେ ବେସରକାରୀ ଓ ଅନୁଦାନ ପାଉ ନ ଥିବା ଶିକ୍ଷୟିତ୍ରୀଙ୍କୁ ମିଳିବ ମାତୃତ୍ୱ କାଳୀନ ଛୁଟି

ତିରୁଅନନ୍ତପୁରମ୍ : କେରଳ ସରକାର ବେସରକାରୀ ସ୍କୁଲ୍‍ ଓ ଶିକ୍ଷାନୁଷ୍ଠାନ ତଥା ସରକାରୀ ସହାୟତା ପାଉନଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକର ଶିକ୍ଷୟିତ୍ରୀମାନଙ୍କ ପାଇଁ  ପ୍ରସବ ସମୟରେ ମିଳୁଥିବା ଛୁଟି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । କେରଳ ସରକାରଙ୍କର ଏହି ନିଷ୍ପତ୍ତିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଫଳରେ ବେସରକାରୀ ଶିକ୍ଷାନୁଷ୍ଠାନ ଓ ସରକାରୀ ସହାୟତା ପାଉନଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷୟିତ୍ରୀମାନେ ମାତୃତ୍ୱଲାଭ ସୁବିଧା ଆଇନ୍‍ର ପରିସର ଭୁକ୍ତ ହେବେ । ଏହି ସଂଶୋଧନ କାର୍ଯ୍ୟକାରୀ ହେବା ପରେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷୟିତ୍ରୀମାନଙ୍କୁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ ହେବ । ଏହି ଆଇନ୍‍ ଅନୁସାରେ ଜଣେ ଶିକ୍ଷୟିତ୍ରୀ ସନ୍ତାନ ପ୍ରସବ ଓ ତା’ର ର ଯତ୍ନ ନେବା ପାଇଁ ୨୬ ସପ୍ତାହର ଛୁଟି ପାଇପାରିବେ ଏବଂ ଏଥିପାଇଁ ତାଙ୍କୁ ସେହି ସମୟ ଲାଗି ସମ୍ପୂର୍ଣ୍ଣ ବେତନ ମିଳିବ । ଏହା ବ୍ୟତୀତ ନିଯୁକ୍ତିଦାତା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ଚିକିତ୍ସାଭତ୍ତା ବାବଦରେ ଏକ ହଜାର ଟଙ୍କା ଦେବେ ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories