www.samajalive.in
Thursday, December 11, 2025
14.1 C
Bhubaneswar

‘ ମୋ ସରକାର‘ ଏବଂ ‘୫ଟି ‘ ଏକ ନାଟକ: ରଙ୍ଗଲାଲ ଜାମୁଡ଼ା

ଭୁବନେଶ୍ୱର:  “ମୋ ସରକାର” ଯୋଜନା ଏବଂ ୫ଟି ବ୍ୟବସ୍ଥାକୁ କଡା ସମାଲୋଚନା କରିଛନ୍ତି ପୂର୍ବତନ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡା। ନିଜ ଫେସବୁକ ପେଜ୍ ରେ ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ ଟି ବ୍ୟବସ୍ଥାକୁ ସମାଲୋଚନା କରି ରଙ୍ଗନାଥ କରି ଲେଖିଛନ୍ତି “ମୋ ସରକାର” ଏବଂ ୫ଟି ଏକ ନାଟକ।  ତ୍ୱରିତ ସେବା ଦେବାକୁ ସରକାର ପ୍ରଥମେ ୩ଟି ବ୍ୟବସ୍ଥା ଘୋଷଣା କରିଥିଲେ କିନ୍ତୁ କିଛି କାର୍ଯ୍ୟକାରୀ ହୋଇନଥିଲା। ବଡ ବଡ ଘୋଷଣା କରି ରାଜ୍ୟ ସରକାର ବିଶେଷ ଉନ୍ନତି କରିନଥିଲେ। ଦୀର୍ଘ ୧୯ ବର୍ଷର ଶାସନ ପରେ ରାଜ୍ୟ ସରକାର ନିଜର ଛବି ସୁଧାରିବା ପାଇଁ ଯେଉଁ ସବୁ କାମ, ଯୋଜନାମାନ କରୁଛନ୍ତି ତାହା ଏବେ ସମସ୍ତଙ୍କ ପାଇଁ ନାଟକ ପାଲଟିଛି । ରାଜ୍ୟର ତୃଣମୂଳ ସ୍ତରରୁ ଉପରମୁଣ୍ଡ ଯାଇଁ ସବୁ ଅବ୍ୟବସ୍ଥା ଦେଇ ଗତି କରୁଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସଦ୍ୟ ଯୋଜନାମାନ ଲୋକଙ୍କୁ ନାଟକ ପରି ଲାଗୁଛି । ସାଧାରଣ ନିର୍ବାଚନ ପରେ ହଠାତ ରାଜ୍ୟ ସରକାର ୫ଟି ବ୍ୟବସ୍ଥା ଘୋଷଣା କଲେ। ଯେତେବେଳେ ରାଜ୍ୟ ସରକାର ୩ ଟି ବ୍ୟବସ୍ଥାର ସଫଳ ରୂପାୟନ କରିପାରିନଥିଲେ ଏବେ ୫ଟି ଘୋଷଣା କରିବାର ଅର୍ଥକଣ ବୋଲି ଜାମୁଡା ପ୍ରଶ୍ନ କରିଛନ୍ତି । ୫ଟି ପରେ ରାଜ୍ୟ ସରକାରଙ୍କ ଆଉ ଗୋଟେ ନୂଆ ନାଟକ। ବର୍ତ୍ତମାନ ଯଦି “ମୋ ସରକାର” ଘୋଷଣା କରାଗଲା ତେବେ ଦୀର୍ଘ ୨୦ବର୍ଷ କାହାର ସରକାର ଚାଲିଥିଲା। ଏହି ଘଟଣା ଗୁଡିକୁ ଦର୍ଶାଇ କହିଛନ୍ତି ଯେ ଏହି ସବୁ ଘଟଣାରୁ ଜଣା ପଡୁଛି ଯେ ସରକାର ଗତିହୀନ ହୋଇ ପଡିଛନ୍ତି । ଏମିତି ଘୋଷଣା କରାଯାଇ ସରକାରଙ୍କୁ ନୂଆ ଜୀବନ ଦିଆଯାଉଛି । ଏହାସହ ସେ ପ୍ରଶ୍ନ କରିଛନ୍ତି ଯେ ଏବେ ସରକାର କଣ ଠେଲାଗାଡି ହୋଇ ଯାଇଛି କି?  ଯଦି ଠେଲାଗାଡି ନୁହେଁ, ତେବେ ଏପରି ନାଟକ କାହିଁକି କରାଯାଉଛି ବୋଲି ଜାମୁଡା ପ୍ରଶ୍ନ କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories