www.samajalive.in
Sunday, December 7, 2025
16.1 C
Bhubaneswar

ଜନ୍ମଦିନ ବିଶେଷ : ମନେ ପଡ଼ନ୍ତି କଲାମ୍‍ ଓ ତାଙ୍କ ବିଚାରଧାରା….

ସମାଜ ପୋର୍ଟାଲ ଡେସ୍କ(ପ୍ରତିଜ୍ଞା ମିଶ୍ର) : ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ମିଶାଇଲ୍‍ ମ୍ୟାନ୍‍ ଭାବେ ପରିଚିତ ଏପିଜେ ଅବଦୁଲ କଲାମଙ୍କ ଜନ୍ମଦିନ ଅବସରରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି। ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ମନେପକାଇ ତାଙ୍କର ଜୟଗାନ କରିଛନ୍ତି। ଜନ୍ମସ୍ଥାନ କେରଳ ସମେତ ରାଜଧାନୀ ଦିଲ୍ଲୀରେ ବିଶିଷ୍ଟ ନେତୃ ବୃନ୍ଦ ଓ ସାଧାରଣ ଜନତା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।

- Advertisement -

୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ସେ କେରଳର ରାମେଶ୍ୱରମ୍‌ରେ ଜନ୍ମ ଗ୍ରହଣ କରିଥିଲେ। ଜଣେ ବୈଜ୍ଞାନିକ ଭାବେ ସେ ଦେଶର କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାକୁ ବିଶ୍ୱସ୍ତରୀୟ କରାଇଥିଲେ। ସେହିପରି ଜଣେ ରାଷ୍ଟ୍ରପତି ରୂପେ ସେ କୋଟି କୋଟି ଭାରତବାସୀଙ୍କୁ ସ୍ୱପ୍ନ ଦେଖିବା ଓ ତାକୁ ସାକାର କରିବାର ପ୍ରେରଣା ମଧ୍ୟ ଦେଇଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ସାରା ଦେଶ ତାଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛି। ତାଙ୍କ ଭଳି ଜଣେ ମହାନ୍‍ ବ୍ୟକ୍ତିତ୍ୱ ଓ ଦେଶ ପ୍ରତି ତାଙ୍କ ଅବଦାନ ବାସ୍ତବରେ ଚୀର ସ୍ମରଣୀୟ ହୋଇ ରହିବ। ଦେଶର ଏହି ଜାଜ୍ୱଲ୍ୟମାନ ତାରକାଙ୍କର ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ଶିଲଙ୍ଗ୍‌ରେ ଭାଷଣ ଦେଉଥିବା ସମୟରେ ପରଲୋକ ଘଟିଥିଲା।

ଅସାଧାରଣ ଜ୍ଞାନର ଅଧିକାରୀ କଲାମ୍‍ଙ୍କ ବିଚାରଧାରା ଯୁବପୀଢିଙ୍କ ପାଇଁ ବହୁତ ପ୍ରେରଣା ଦାୟକ। ତେବେ ଆଜିର ଏହି ଶୁଭ ଦିନରେ ଆସନ୍ତୁ କଲାମ୍‍ଙ୍କ ସେହିଭଳି କିଛି ବିଚାରଧାରାକୁ ଆମ ଜୀବନରେ ସାମିଲ କରିବା –

“ଜୀବନରେ ପ୍ରଥମ ସଫଳତା ପରେ ଅଟକି ଯାଆନ୍ତୁ ନାହିଁ, କାରଣ ଯଦି ଆପଣ ଦ୍ୱିତୀୟ ପ୍ରୟାସରେ ଅସଫଳ ହେବେ ତାହେଲେ ଲୋକ କହିବେ, ଆପଣଙ୍କ ପ୍ରଥମ ସଫଳତା ଭାଗ୍ୟ କାରଣରୁ ପ୍ରାପ୍ତ ହୋଇଥିଲା’’। 

“ସବୁ ପକ୍ଷୀ ବର୍ଷା ସମୟରେ ଆଶ୍ରୟ ପାଇଁ ଜାଗାଟିଏ ଖୋଜିଥାଆନ୍ତି, କିନ୍ତୁ ଗରୁଡ଼ ତାକୁ ଖାତିର କରେନାହିଁ। କାରଣ ସେ ବାଦଲ ଉପରେ ଉଡ଼ିଥାଏ”।

“ଅପେକ୍ଷା କରିବା ଲୋକଙ୍କୁ କେବଳ ସେତିକି ମିଳେ, ଯେତିକି ଚେଷ୍ଟା କରିବା ଲୋକେ ଛାଡ଼ି ଦିଅନ୍ତି”।

“ଅସଫଳତା କେବେହେଲେ ମୋତେ ପଛରେ ପକାଇ ପାରିବ ନାହିଁ, କାରଣ ମୋ ସଫଳତାର ପରିଭାଷା ଖୁବ୍‍ ସୁଦୃଢ”।

“ଆକାଶକୁ ଆଡ଼କୁ ଦେଖନ୍ତୁ, ଆମେ ଏକା ନାହାନ୍ତି। ସାରା ବ୍ରହ୍ମାଣ୍ଡ ଆମ ପାଇଁ ଅନୁକୁଳ ରହିଛି ଏବଂ ଯିଏ ସ୍ୱପ୍ନ ଦେଖନ୍ତି ଓ ପରିଶ୍ରମ କରନ୍ତି ସେମାନଙ୍କୁ ପ୍ରତିଫଳ ନିଶ୍ଚିତ ମିଳିଥାଏ”।

“ଗୋଟିଏ ଭଲ ପୁସ୍ତକ ହଜାର ବନ୍ଧୁଙ୍କ ସହ ସମାନ, ସେହିପରି ଜଣେ ଭଲ ବନ୍ଧୁ ଏକ ଲାଇବ୍ରେରୀ ସହ ସମାନ ହୋଇଥାଏ”।

“ସ୍ୱପ୍ନ ତାହା ନୁହେଁ ଯାହା ଆପଣ ନିଦରେ ଦେଖିଥାଆନ୍ତି, ସ୍ୱପ୍ନ ହେଉଛି ତାହା ଯାହା ଆପଣଙ୍କୁ ଶୋଇବାକୁ ହିଁ ଦିଏନାହିଁ”।

“ଦେଶର ସବୁଠାରୁ ଭଲ ମସ୍ତିଷ୍କ, ଶ୍ରେଣୀର ଶେଷ ବେଞ୍ଚ୍‌ରେ ବସିଥିବା ପିଲାଠାରୁ ମିଳିପାରେ”।

“ଯଦି ଆପଣ ସୂର୍ଯ୍ୟ ଭଳି ଚମକିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରଥମେ ସୂର୍ଯ୍ୟ ଭଳି ଜଳିବାକୁ ମଧ୍ୟ ପଡ଼ିବ”।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories