www.samajalive.in
Sunday, December 7, 2025
15.1 C
Bhubaneswar

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ,ମହାରାଷ୍ଟ୍ର ହେବ ମରୁଡି ମୁକ୍ତ ରାଜ୍ୟ

ମୁମ୍ବଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ସପ୍ତାହରୁ କମ୍ ସମୟ ବାକିଥିବା ବେଳେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଇସ୍ତହାର ବା ଘୋଷଣା ପତ୍ର ଉନ୍ମୋଚିତ ହୋଇଛି । ରାଜ୍ୟରେ ପ୍ରଚାର ଅଭିଯାନ ଜୋର ଧରିଛି । ବିଭିନ୍ନ ଦଳର ବରିଷ୍ଠ ନେତା ଓ ତାରକା ପ୍ରଚାରକ ମାନେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି । ଆଜକୁ ମିଶାଇ ପ୍ରଚାର ଶେଷ ହେବା ପାଇଁ ମାତ୍ର ୫ଦିନ ହାତରେ ଥିବାବେଳେ ମତଦାତାଙ୍କୁ ନିଜ ଆଡକୁ ଆକୃଷ୍ଟ କରାଇବା ପାଇଁ ସମସ୍ତେ ପ୍ରାଣପଣେ ଲାଗିପଡିଛନ୍ତି।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ଇସ୍ତହାର ବା ଘୋଷଣା ପତ୍ର ଉନ୍ମୋଚିତ ହୋଇଛି । ବିଜେପି କ୍ଷମତାକୁ ଆସିଲେ ଆଗାମୀ ୫ ବର୍ଷରେ ଏକ କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ମହାରାଷ୍ଟ୍ରକୁ ମରୁଡି ମୁକ୍ତ ରାଜ୍ୟରେ ପରିଣତ କରିବାକୁ ଦଳ ଘୋଷଣା କରିଛି । ଅନ୍ୟପକ୍ଷରେ  ବୀର ସାବରକର, ମହାତ୍ମା ଫୁଲେ ଏବଂ ସାବିତ୍ରୀବାଈ ଫୁଲେଙ୍କୁ ଭାରତରତ୍ନ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ବିଜେପି ଏହାକୁ ସଂକଳ୍ପ ପତ୍ର ଭାବେ ନାମିତ କରିଛି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା,ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ପ୍ରମୁଖ ଏହି ସଂପଳ୍ପପତ୍ର ଉନ୍ମୋଚନ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories