www.samajalive.in
Thursday, December 11, 2025
15.1 C
Bhubaneswar

ସତର୍କ କଲା ଏନଆଇଏ – ରାଜ୍ୟରେ ଆତଙ୍କୀ ସଂଗଠନ ଜେଏମବି ବାନ୍ଧୁଛି ଗଡ

ଭୁବନେଶ୍ୱର: ଅଲକାଏଦା ପରେ ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀ ସଂଗଠନ ‘ଜମ୍ମାତ ଉଲ ମୁଜାହିଦ୍ଦିନ – ବାଂଲାଦେଶ’ ତାର ସଙ୍ଗଠନକୁ ଦୃଢ କରିବା ଉଦ୍ଦେଶ୍ୟରେ ଏକତ୍ର ହେଉଥିବା ସୂଚନା ମିଳିଛି। ଜାତୀୟ ତଦନ୍ତକାରୀ ସଂଗଠନ – ଏନଆଇଏ ମହାନିର୍ଦ୍ଦେଶକ ୱାଇ. ସି. ମୋଦୀ କହିଛନ୍ତି, ସମ୍ପୃକ୍ତ ସଂଗଠନ ଜେଏମବି ଓଡ଼ିଶାରେ ତାର କାୟା ବିସ୍ତାର ପାଇଁ ଉଦ୍ୟମ ଜାରି ରଖିଛି ଏବଂ ସେଥିପାଇଁ ଗଡ ବାନ୍ଧିବା ଆରମ୍ଭ କରିଦେଇଛି। ଆଇଏସ ଆତଙ୍କୀ ସଂଗଠନ ଭଳି ବିଶ୍ୱର ବଡ ବଡ ଆତଙ୍କୀ ସଂଗଠନ ସହ ଜେଏମବିର ସମ୍ପର୍କ ରହିଥିବା ଏନଆଇଏ ମହାନିର୍ଦ୍ଦେଶକ କହିଛନ୍ତି ଓ ତାର ସଦସ୍ୟମାନେ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମ ମଧ୍ୟ ଦେଇ ଓଡିଶାକୁ ପ୍ରବେଶ କରିଥିବା ଜଣାପଡିଛି।

ସେହି ସଂଗଠନ ସହ ଜଡିତ ୧୨୫ ଜଣଙ୍କ ନାମ ତାଲିକା ଏନଆଇଏ ଅନ୍ୟ ସୁରକ୍ଷା ଏଜେନ୍ସିକୁ ଉପଲବ୍ଧ କରାଇଛି। ଏନଆଇଏ ମହାନିର୍ଦ୍ଦେଶକ କହିଛନ୍ତି, ଚଳିତ ବର୍ଷ ମେ ମାସରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଜେଏମବି ଉପରେ ପ୍ରତିବନ୍ଧକ ଲଗାଇଥିଲେ ଓ ଭାରତରେ ନିଷିଦ୍ଧ କରିଥିଲେ। ପଶ୍ଚିମବଙ୍ଗରୁ ମିଳିଥିବା ଗୁପ୍ତ ରିପୋର୍ଟ ମୁତାବକ କେନ୍ଦ୍ର ସରକାର ଏହି ପ୍ରତିବନ୍ଧକ ଜାରି କରିଥିଲେ। ଆଇବି ରିପୋର୍ଟ ଅନୁଯାୟୀ, ଜେଏମବି ଆଇଏସ ଆତଙ୍କୀ ସଂଗଠନ ପାଇଁ ଭାରତରେ କାମ କରୁଥିବା ଜଣାପଡିଛି। ତେବେ ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସୁରକ୍ଷାବଳ ଯେ କୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଥିବା ଏନଆଇଏ ମହାନିର୍ଦ୍ଦେଶକ ୱାଇ. ସି. ମୋଦୀ କହିଛନ୍ତି।

- Advertisement -

ଅବଜରବର ରିସର୍ଚ୍ଚ ଫାଉଣ୍ଡେସନ ଆଇବି ରିପୋର୍ଟକୁ ଉଦ୍ଧାର କରି କହିଛି, ୨୦୧୪ରୁ ୨୦୧୭ ମଧ୍ୟରେ ଜେଏମବିର ପ୍ରାୟ ୩ହଜାର ଉଗ୍ରପନ୍ଥୀ ଭାରତ ସୀମା ଭିତରକୁ ପ୍ରବେଶ କରିଛନ୍ତି। ସେହି ଉଗ୍ରପନ୍ଥୀ ପଶ୍ଚିମବଙ୍ଗ, ତ୍ରିପୁରା ଓ ଆସାମ ମଧ୍ୟ ଦେଇ ଭାରତକୁ ପ୍ରବେଶ କରିଥିବା ଖବର ମିଳିଛି। ସୀମା ସୁରକ୍ଷା ବଳର ୨୦୦୮ ରିପୋର୍ଟ ଅନୁଯାୟୀ, ଜେଏମବିର ଗୁପ୍ତଚର ଓଡିଶା, ଆସାମ, ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ସକ୍ରିୟ ଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories