କଟକ: ସରକାରୀ ଛୁଟି ଦିନରେ ଜନସାଧାରଣଙ୍କୁ ମିଳି ପାରିବ ଲର୍ଣ୍ଣିଂ ଲାଇସେନ୍ସ। ଲର୍ଣ୍ଣିଂ ଲାଇସେନ୍ସ ଏବଂ ଡ୍ରାଇଭିଂ ଲାଇସେନ୍ସ ତୁରନ୍ତ ମିଳିବା ପାଇଁ ଅଧିକ ସ୍ଥାନରେ ସ୍ଲଟ ଖୋଲିବାକୁ ସମସ୍ତ ଜିଲା ପରିବହନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର। ସ୍କୁଲ,କଲେଜ ଏବଂ ବ୍ଲକ ଅଫିସରେ କମ୍ପୁଟର ଲ୍ୟାବରେ ଏଲଏଲ କ୍ୟାମ୍ପ କରାଯିବାର ବ୍ୟବସ୍ଥା କରାଯିବା ସହ ଏଠାରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଲର୍ଣ୍ଣିଂ ଲାଇସେନ୍ସ କରୁଥିବା ବ୍ୟକ୍ତିଙ୍କ ଠାରୁ ଫି ନେବା ସହ ସେମାନଙ୍କର ବାୟୋମେଟ୍ରିକ ଯାଞ୍ଚ ବ୍ୟବସ୍ଥା କରାଯିବା ଉଲ୍ଲେଖ କରାଯାଇଛି। ନୂତନ ଟ୍ରାଫିକ ନିୟମ ଲାଗୁ କରାଯିବା ପରେ ଲୋକଙ୍କ ସୁବିଧା ପାଇଁ ସରକାର ଏବଂ ପରିବହନ ବିଭାଗ ତତ୍ପରତା ଦେଖାଇଛନ୍ତି। ଯାହାଦ୍ୱାରା ଲୋକମାନଙ୍କୁ ବିନା କୌଣସି ଅସୁବିଧାରେ ଲାଇସେନ୍ସ ପାଇପାରିବେ।
ସ୍କୁଲ,କଲେଜ ଓ ବ୍ଲକ ଅଫିସରେ ଖୋଲିବ ଲର୍ଣ୍ଣିଂ ଲାଇସେନ୍ସ କ୍ୟାମ୍ପ,ସରକାରୀ ଛୁଟି ଦିନରେ ମଧ୍ୟ ମିଳିବ ଲର୍ଣ୍ଣିଂ ଲାଇସେନ୍ସ
Popular Categories



