www.samajalive.in
Friday, December 12, 2025
19.1 C
Bhubaneswar

ସିନ୍ଧକେଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଦ୍ୱାରସେନୀଙ୍କ ବଏଲ ଯାତ୍ରା ସମାପ୍ତ

ସିନ୍ଧକେଲା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧକେଲା ରେ ଥିବା ଅଧିଷ୍ଠାତ୍ରୀ ଦେବୀ ମାଆ ଦ୍ୱାରସେନୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ରେ ହଜାର ହଜାର ଭକ୍ତ ମାନଙ୍କ ଭିଡ ପରଲକ୍ଷିତ ହୋଇଥିଲା। ମମତାମୟୀ ଶକ୍ତି ପ୍ରଦାୟିନୀ ମାଆ ବିଭିନ୍ନ ରୂପରେ ବିଭିନ୍ନ ନାମ ରେ ବିଭିନ୍ନ ସ୍ଥାନ ରେ ବିଭିନ୍ନ ସଂସ୍କୃତି ପରମ୍ପରା ରେ ପୂଜିତ ବିରାଜିତ ସିନ୍ଧକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଆ ଦ୍ୱାରସେନୀଙ୍କ ବଏଲ ଯାତ୍ରା ସମସ୍ତଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ନିଆରା ବଏଲ ଯାତ୍ରା ଅର୍ଥ ଦେବୀଙ୍କର ନଗର ପରିକ୍ରମା। ଦଶହରା ଢୋଲର ବାଦ୍ୟ ଓ ମୁହୁରୀ ମଧ୍ୟରେ ମାଆ ଦ୍ୱାରସେନୀ ନଗର ପରିକ୍ରମା କରିଥିଲେ। ଏହି ଯାତ୍ରା ଦେଖିବା ପାଇଁ ଓଡିଶା ତଥା ବାହାର ରାଜ୍ୟ ଛତିଶଗଡ,ତାମିଲନାଡୁ,କର୍ଣ୍ଣାଟକ ସମେତ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ପହଞ୍ଚି ଦେବୀଙ୍କ ଦର୍ଶନ ଲାଭ କରିଥିଲେ। ପର୍ୟ୍ୟାୟ କ୍ରମେ ବିଭିନ୍ନ ସେବାୟତ ବର୍ଗଙ୍କୁ ବାଜା ବଜାଇ ମନ୍ଦିରକୁ ବରଣ କରାଯାଇଥିଲା। ଢୋଲ ମୁହୁରୀର ତାଳେ ତାଳେ ମଲ୍ଲିକ ମାନଙ୍କ ଖଣ୍ଡାଖେଳ ଦ୍ୱାରା ମୁଖ୍ୟ ସେବାୟତ ରାଜା ଅରୁଣ ସିଂଦେଓ ସମେତ ଫୁଲବରିଆ ପ୍ରଭୂତି ସେବାୟତ ମାନଙ୍କୁ ମନ୍ଦିର କୁ ଅଣାଯାଇଥିଲା। ଯଥାବିଧି ପୂଜା କାର୍ୟ୍ୟ ସମାପନ ପରେ ମାଆ ଦ୍ୱାରସେନୀ ଦେବୀ ତାଙ୍କ ଭଉଣୀ ମାଆ ଛତ୍ରବାଉତି ସମସ୍ତଙ୍କୁ ପ୍ରଦର୍ଶନ କରିଥିଲେ ଓ ତାପରେ ଓହ୍ଲାଇ ଆସି ନୃତ୍ୟ ଓ ଗୀତ ମାଧ୍ୟମରେ ସଖିମରା ଯୁବକଙ୍କ ମେଳରେ ଦେବୀ ବାଡି ଖେଳି ଅତି ସୁନ୍ଦର ଢଙ୍ଗ ରେ ନାଚିଥିଲେ। ଏହି କାର୍ୟ୍ୟକ୍ରମ ସାରିବା ପରେ ମାଁ ଦ୍ୱାରସେନୀ ଓ ଛତ୍ରବାଉତି ରାଜା ଘରକୁ ଯାଇଥିଲେ। ସେଠାରେ ପାଟ ବୋଦା ବଳି ଦିଆଯାଇଥିଲା ଓ ସେଠାରେ ମଧ୍ୟ ଦାନ୍ତ ରେ ଖଣ୍ଡା ଭଙ୍ଗା ପ୍ରଦର୍ଶନ ଓ ବାଡିଖେଳ ନୃତ୍ୟ କରିଥିଲେ। ଗାଁ ର ସମସ୍ତଙ୍କ ମନରେ ଏକ ଆନନ୍ଦର ଲହରୀ ଖେଳି ଯାଇଥିଲା।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories